Latest Odisha News

BREAKING NEWS

ଟ୍ରକ ପଛରେ ଧକ୍କା ଦେଇ ଜଳିଗଲା ଟ୍ରେଲର, ଚାଲିଗଲା ଦୁଇ ଜୀବନ

ଯାଜପୁର : ସକାଳୁ ସକାଳୁ ଦୁର୍ଘଟଣା । ଟ୍ରକ୍‌ ସହ ଧକ୍କା ଦେଇ ଜଳିଗଲା ଟ୍ରେଲର । ଘଟଣାସ୍ଥଳରେ ଡ୍ରାଇଭର ଜୀବନ୍ତ ଦଗ୍ଧ । ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ହେଲ୍ପର ଜୀବନ । ଏହି ଦୁର୍ଘଟଣା ଯାଜପୁର ଜିଲ୍ଲା  ୧୬ନଂ ଜାତୀୟ ରାଜପଥର ଭାଲୁଖାଇ ନିକଟରେ ଘଟିଛି ।

ସୂଚନା ମୁତାବକ,  ଆଜି ଭୋର ୪ଟା ସମୟରେ ଜାତୀୟ ରାଜପଥରେ ବ୍ରେକ ଡାଉନ ହୋଇ ଛିଡା ହୋଇଥିବା ଏକ ଟ୍ରକ ପଛରେ ରଡ଼ ଵୋଝେଇ ଏକ ଟ୍ରେଲର ଧକ୍କା ଦେଇଥିଲା। ଫଳରେ ଟ୍ରେଲରର ସମ୍ମୁଖ ଭାଗ କ୍ୟାବିନରେ ନିଆଁ ଲାଗିଯାଇଥିଲା। ଗାଡି ଭିତରେ ଥିବା ଡ୍ରାଇଭର ଚାପି ହୋଇ ରହିଯିବାରୁ ସେ ଜଳି ଯାଇ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି। ଏପଟେ ଗାଡିର ହେଲପର ଗୁରୁତର ଭାବେ ଆହତ ହୋଇଥିବାରୁ ତାଙ୍କୁ ଉଦ୍ଧାର କରାଯାଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି l ଖବର ପାଇ ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏବଂ ଧର୍ମଶାଳା ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

ଅନ୍ୟପଟେ ବହୁ ଦୁର୍ଘଟଣା ଘଟୁଥିବାରୁ ଲୋକଙ୍କୁ ସଚେତନ କରିବା ପାଇଁ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ କରାଯାଉଛି ହେଲେ ଶୂନ୍ୟ ମୃତ୍ୟୁ ସପ୍ତାହ ଚାଲିଥିଲେ ବି ଦୁର୍ଘଟଣା ଥମିବାର ନାଁ ଧରୁନି । ଗୋଟିକ ଗୋଟିଏ ଦୁର୍ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ଘଟୁଛି ।

 

Comments are closed.