Latest Odisha News

BREAKING NEWS

ନନ୍ଦନକାନନରେ ବାଘୁଣୀ ପ୍ରିୟଙ୍କାର ମୃତ୍ୟୁ

ଭୁବନେଶ୍ୱର: ନନ୍ଦନକାନନରେ ସବୁଠୁ ବୟସ୍କା ବାଘୁଣୀ ପ୍ରିୟଙ୍କାର ସୋମବାର ଦିନ ମୃତ୍ୟୁ ଘଟିଛି । ସେ ଗତ କିଛିଦିନ ଧରି ଅସୁସ୍ଥ ରହିଥିବା ଯୋଗୁଁ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅଧିନରେ ଚିକିତ୍ସିତ ହେଉଥିଲା ।

ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ସୂଚନାନୁଯାୟୀ, ଏହି ୧୯ ବର୍ଷ ୫ ମାସ ବୟସ୍କ ବାଘୁଣୀଟି ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ଏବେ ବାଘୁଣୀ ପ୍ରିୟଙ୍କାର ମୃତ୍ୟୁ ହୋଇଯିବା ପରେ ନନ୍ଦନକାନନରେ ଥିବା ବାଘ ସଂଖ୍ୟା ୨୬କୁ ହ୍ରାସ ପାଇଛି ।

Leave A Reply

Your email address will not be published.