ଗୀତ : ଗୋଦାବରୀଶ ମହାପାତ୍ର
ସଙ୍ଗୀତ : ବାଳକୃଷ୍ଣ ଦାଶ
ଗାୟନ : ଉଦୟନାଥ ସାହୁ
ଚଳଚ୍ଚିତ୍ର : ଜୟଦେବ, ୧୯୬୧
ନଉକା ସଉଦା ଭରା
ଲିଭିଲିଭି ଆସେ ଖରା
ବେଗିବେଗି ଯିବା ପରା
ନଉକା ସଉଦା ଭରା
ସେ କୂଳେ ନେଇ
ଲିଭିଲିଭି ଆସେ ଖରା
ବେଗିବେଗି ଯିବା ପରା
ନଉକା ସଉଦା ଭରା
ସେ କୂଳେ ନେଇ
ଅନ୍ଧାର ଆସିବ ମାଡ଼ି
ଏ ଯେ ଗଛ ଧାଡ଼ିଧାଡ଼ି
ମିଶିଯିବ ସେ ପାରିରେ ଦିଶିବ ନାହିଁ
ଲିଭିଲିଭି ଆସେ ଖରା
ବେଗିବେଗି ଯିବା ପରା
ନଉକା ସଉଦା ଭରା
ସେ କୂଳେ ନେଇ
ଆଜିର ଫୁଟିଲା ଫୁଲ
କାଲିକି ନ ଥିବ ମୂଲ
ଦିନର ଆଲୁଅ ମିଶେ ରାତିରେ ଯାଇ
ଲିଭିଲିଭି ଆସେ ଖରା
ବେଗିବେଗି ଯିବା ପରା
ନଉକା ସଉଦା ଭରା
ସେ କୂଳେ ନେଇ
ଦେଏ ଭାଇ ପାଲ ଟେକି
ଆଉ ନାହିଁ ବେଳ ବାକି
ଲହରୀ ଉଠିଛି ପରା ସେ କଥା କହି
ଲିଭିଲିଭି ଆସେ ଖରା
ବେଗିବେଗି ଯିବା ପରା
ନଉକା ସଉଦା ଭରା
ସେ କୂଳେ ନେଇ
ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ୧୯୩୬-୬୯ ବହିରୁ
ନିଜ ମନ ପସନ୍ଦର ଗୀତ ପାଇଁ ନିମ୍ନ ଆଇଡିରେ ମେଲ କରନ୍ତୁ।
( editorodishasambad@gmail.com )
Comments are closed.