Latest Odisha News

ଝାରସୁଗୁଡା ଉପନିର୍ବାଚନ: ଯୁବନେତା ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ କରିପାରେ ବିଜେପି

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନ ପାଇଁ ଯୁବ ନେତା ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ ଘୋଷଣା କରିପାରେ ବିଜେପି ।  ଜିଲ୍ଲାରେ ଟଙ୍କଧରଙ୍କ ସାଂଗଠନିକ ପ୍ରଭାବ ରହିଛି । ତେଣୁ ସେ  ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ  ଟକ୍କର ଦେଇପାରିବେ । ତେଣୁ ଦଳ ତାଙ୍କୁ ପ୍ରାର୍ଥୀ କରିପାରେ ବୋଲି କହିଛନ୍ତି ଦେବଗଡ ବିଧାୟକ ସୁବାସ ପାଣିଗ୍ରାହ ।

ସୋମବାର ମିଡିଆକୁ ସୂଚନା ଦେଇ ବିଧାୟକ କହିଛନ୍ତି;   ଟଙ୍କଧର ଝାରସୁଗୁଡାର ଜଣେ ଜଣାଶୁଣା ଯୁବନେତା । ସେ ସେଠାରେ ସଂଗଠନ ପାଇଁ କାମ କରୁଛନ୍ତି । ତେଣୁ ଦଳ ଏହି ଯୁବନେତାଙ୍କୁ ପ୍ରାର୍ଥୀ କରିପାରେ ବୋଲି କହିଛନ୍ତି ସୁବାସ ପାଣିଗ୍ରାହୀ । ତେବ ଦଳ ଖୁବ ଶୀଘ୍ର ପ୍ରାର୍ଥୀ ଘୋଷଣା କରିବ । ଏହା ପରେ ସବୁଦ୍ୱନ୍ଦ୍ୱ ଶେଷ ହେବ ବୋଲି ବିଧାକୟ କହିଛନ୍ତି ।

ଟଙ୍କଧର ବିଜେପି ଯୁବ ମୋର୍ଚ୍ଚାର ପୂର୍ବତନ ପୂର୍ବତନ ସଭାପତି ଥିଲେ । ଦଳକୁ ଆଗେଇ ନେବାରେ ତାଙ୍କର ଏଠି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ୪୧ ବର୍ଷୀୟ ଟଙ୍କଧର ଜଣେ ଲ ଗ୍ରାଜୁଏଟ ଏବଂ   ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଛାତ୍ର ନେତା ଭାବେ ସେ ତାଙ୍କର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ ।

ରବିବାର ଦିନ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ, ଦଳର ସଂସଦୀୟ ବୈଠକ ଦିଲ୍ଲୀରେ ବସିଥିଲା । ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ଦିନେ ବା ଦୁଇ ଦିନ ପରେ କରାଯିବ ।

ସୂଚନାଥାଉ କି, ଝାରସୁଗୁଡା ଉପନିର୍ବାଚନ ମେ ୧୦ ତାରିଖ କରାଯିବ । ଏଥିପାଇଁ ବିଜେଡି ସ୍ୱର୍ଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିବାବେଳେ ବିଜେପି ଏବଂ କଂଗ୍ରେସ ଏ ଯାଏ ପ୍ରାର୍ଥର ଘୋଷଣା କରି ନାହାନ୍ତି   ।

Comments are closed.