Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକମାନଙ୍କ ବିଷୟରେ କିଛି କିଛି ତଥ୍ୟ ସଂଗ୍ରହ କରି ଆମେ ଆଲୋଚନା ଜାରି ରଖିଛେ। କିନ୍ତୁ ନିଶ୍ଚିତ ଭାବେ ମନେ ରଖିବାକୁ ହେବ ସେବକମାନଙ୍କ ନିଜ ନିଜ ସେବା ପ୍ରତି ଥିବା ନିଷ୍ଠା, ମୋହ ଓ ସମର୍ପଣ ଭାବ ପ୍ରତ୍ୟେକ ସେଵା ଓ ସେବକ ଙ୍କୁ କରିଛି ନିଆରା ଓ ସ୍ୱୟମ ସମ୍ପୂର୍ଣ ଆଜି ଏହି ପରିପ୍ରେକ୍ଷୀରେ ଆଲୋଚନା କରିବା ଏକ ମହତ୍ୱପୂର୍ଣ୍ଣ ସେବକ ସୁଆର ମହାସୁଆର ନିଯୋଗ ବିଷୟରେ ଏଠାରେ ଏକ ନିଯୋଗ ର ଆଖ୍ୟା ଦେବାର ଭିତ୍ତିଭୂମି କୁ ଗଲେ ଜାଣିବା ସମସ୍ତ ସୁପକାର ଶ୍ରେଣୀର ସେବକଙ୍କ ଏହା ଏକ ସମଷ୍ଟିଗତ ଅନୁଷ୍ଠାନ, ଏଥିରେ ମହାସୁଆର, ବଡୁ ସୁଆର, ପନ୍ତି ବଡୁ, ତୋଳା ବଡୁ ଜଗିଆ ମହାସୁଆର, ଇତ୍ୟାଦି ସେବକମାନେ ଅନ୍ତର୍ଭୁକ୍ତ ଅଟନ୍ତି ଆଜି କେବଳ ଏହି ନିଯୋଗ (ଗୋଷ୍ଠୀ )ର ସାମୁହିକ ଭାବରେ ଆଲୋଚନା କରିବା ଏବଂ ପରେ ପରେ ଗୋଟିଏ ଗୋଟିଏ ସେବାର ସମ୍ପୂର୍ଣ୍ଣ ଆଲୋଚନା କରାଯିବ। ପୂର୍ବରୁ ସୁଆର ନିଯୋଗ ନାୟକମାନେ କୋଠଭୋଗ ସୁଆର ନିଯୁକ୍ତି, ନିଯୋଗ ପରିଚାଳନା, କୋଇଲି ବୈକୁଣ୍ଠର ଆୟ ଆମଦାନୀ ଓ ଦାରୁଘର ଦାୟିତ୍ୱ ତୁଲାଉଥିଲେ। କିନ୍ତୁ ବର୍ତ୍ତମାନ ସବୁ କାର୍ଯ୍ୟ ନିଯୋଗ ନିୟମ ଅନୁଯାୟୀ ଗଠିତ କମିଟି ଦ୍ୱାରା କରାଯାଉଛି। ଏହି କମିଟିରେ ସଭାପତି, ସମ୍ପାଦକ, ଆଦି ନିର୍ବାଚିତ କର୍ମକର୍ତ୍ତା ରହି କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳନା କରୁଛନ୍ତି। ପୂର୍ବରୁ କୋଇଲି ବୈକୁଣ୍ଠ ନିଯୋଗ ଗୃହରେ ଆଟିକା ଆମଦାନୀ କରି ପାଉଣା ନିଯୋଗ ପାଉଥିଲା, ସେହିପରି ଜଳ ତୁଳସୀ ଯୋଗାଇ ଓ ସଂକଳ୍ପରେ ନିଯୋଗ ପାଉଣା ପାଉଥିଲେ। ମନ୍ଦିରରୁ ଯିଏ ତୁଣିଆ ମlହାଲ ନିଲାମ ନିଏ ସେ ମଧ୍ୟ ନିଯୋଗକୁ ପାଉଣା ଦେଇଥାଏ। ସର୍ବୋପରି ମଠ ବାଡ଼ି ଓ ଯଜମାନିରୁ ମଧ୍ୟ କିଛି କିଛି ପାଉଣା ମିଳେ। ତେଣୁ ମହାପ୍ରଭୁଙ୍କର ଛତିଶା ନିଯୋଗ ମଧ୍ୟରେ ସୁଆର ମହାସୁଆର ନିଯୋଗ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଓ ପ୍ରମୁଖ ସଂଗଠନ ପାଲଟିଛି। ଆଗାମୀ ଅଧ୍ୟାୟମାନଙ୍କରେ ଗୋଟି ଗୋଟି କରି ଏହି ନିଯୋଗ ଅନ୍ତର୍ଭୁକ୍ତ ସେବକମାନଙ୍କ ବିଷୟରେ ଆଲୋଚନା ଜାରି ରହିବ । କିନ୍ତୁ ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ ।

ପ୍ରକୃତି ଭେଦ ତିନି ଗୁଣ
ତତ୍ତ୍ୱରେ ନୁହଁନ୍ତି ଗଣନ ।
କାଳ ସ୍ଵଭାବେ ଯେ ଈଶ୍ୱର
ତ୍ରିଗୁଣୁ ଅଟନ୍ତି ସେ ପର ।
ତାହାର ସର୍ବ ଶକ୍ତି ଭାବେ
ତା ତହୁଁ ତ୍ରିଗୁଣ ସମ୍ଭବେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.