Latest Odisha News

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର ଅଭିଯୋଗ, ଭୁବନେଶ୍ୱର ଜିଲ୍ଳା କଂଗ୍ରେସର ସତ୍ୟାଗ୍ରହ

ଭୁବନେଶ୍ୱର: ମୋଦୀ ସରକାର ସମୟରେ ଦେଶର ଗଣତନ୍ତ୍ର ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି । ଗଣତନ୍ତ୍ର, ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ଏପରିକି ସଂସଦୀୟ ପରମ୍ପରାର ଭାବମୂର୍ତ୍ତି ଖରାପ ହୋଇଛି। କେନ୍ଦ୍ରରେ ବିଜେପି ସରକାର ଭାରତବର୍ଷର ଗଣତନ୍ତ୍ରକୁ ନିଜ କାର୍ଯ୍ୟଧାରା ମାଧ୍ୟମରେ ଦୁର୍ବଳରୁ ଦୁର୍ବଳତର କରିବାରେ ଲାଗିଛନ୍ତି । ଏପରିକି ଭାରତବର୍ଷର ସମସ୍ତ ନିରପେକ୍ଷ ଅନୁଷ୍ଠାନ ଯଥା ସିବିଆଇ, ଇଡି ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକକୁ କେବଳ ବିରୋଧିମାନଙ୍କୁ ହଇରାଣ ହରକତ କରିବା ସେମାନଙ୍କୁ ଦୁର୍ବଳ କରିଦେବା ପାଇଁ ବ୍ୟବହାର କରାଯାଉଛି । ଏହାଦ୍ୱାରା ଗଣତନ୍ତ୍ରର ମୂଳ ଉତ୍ସ ବିରୋଧିର ସ୍ୱରକୁ ସଂପୂର୍ଣ୍ଣରୂପେ ବନ୍ଦ କରି ଦିଆଯାଉଛି ବୋଲି ଓଡ଼ିଶା କଂଗ୍ରେସ କହିଛି।

ଏହି ସମସ୍ତ ଘଟଣାକୁ ନେଇ ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ ଦାଶଙ୍କ ସଭାପତିତ୍ୱରେ ଭୁବନେଶ୍ୱର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ “ଜୟ ଭାରତ ସତ୍ୟାଗ୍ରହ” ଓ ବିକ୍ଷୋଭ  ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ ତରଫରୁ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ତଥା ମନ୍ତ୍ରୀ ଏବଂ ବରିଷ୍ଠ ନେତା ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନ ପର୍ଯ୍ୟବେକ୍ଷକ ହିସାବରେ ଅଂଶଗ୍ରହଣ କରିଥିଲେ।

କେନ୍ଦ୍ରର ବିଜେପି ସରକାର ବିଚାରାଳୟକୁ ଅତ୍ୟନ୍ତ ଦୁର୍ବଳ କରିବା ସହିତ ସରକାରୀ ଦଳର ସ୍ୱର ସହିତ ସ୍ୱର ମିଶାଇବା ପାଇଁ ବାଧ୍ୟ କରାଯାଉଛି । ଏହାଦ୍ୱାରା ଆସନ୍ତା ଦିନର ଭାରତବର୍ଷର ରୂପରେଖ କିଭଳି ହେବ ଏବଂ ତାହା ନିର୍ଦ୍ଦିଷ୍ଟ ଏକ ଚିନ୍ତାଧାରାର ଏଜେଣ୍ଡାକୁ ଆଗେଇ ନେବାପାଇଁ କେନ୍ଦ୍ର ବିଜେପି ସରକାର ଅହରହ ଉଦ୍ୟମ କରୁଛି ବୋଲି କଂଗ୍ରେସ କହିଛି।

 

Comments are closed.