ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ
ଏ ଭାଷା ହେଲେ ହେଁ ବଳିଷ୍ଠ
ଲୋକେ ହିଁ କରୁଛଂତି ନଷ୍ଟ
ସହିଲେ ଅଳ୍ପ ଟିକେ କଷ୍ଟ
ସୁଗୁଣ ହେବ ପରିଦୃଷ୍ଟ
ରହିବା ସ୍ବଭାଷା ସହିତ
ନିଶ୍ଚୟ ହେବ ସର୍ବହିତ
ଆମ ହାତରେ ଭବିଷ୍ଯତ
ହୋଇପାରିବ ସୁରକ୍ଷିତ
ଏ ନୁହେ ଜଣକିଆ କାମ
ଅନେକେ କରି ପରିଶ୍ରମ
କରିଲେ ସଂକଟ ହରଣ
ଜଣା ପଡ଼ିବ ଆମ ଗୁଣ
ଭାଷାରେ ଅଛି ସବୁ ଶକ୍ତି
ଲୋଡ଼ା ଟିକିଏ ଅନୁରକ୍ତି
ବୁଝିଲେ ସ୍ବଭାଷୀ ସୁଜନ
ମିଳିବ ସ୍ପଷ୍ଟ ସମାଧାନ
ମନରୁ ଶବ୍ଦଂକୁ ସଜାଡ଼ି
ଲେଖୁଛିଁ ନବାକ୍ଷରୀ ଧାଡ଼ି
ଭାଷା ଆଗକୁ ପାରୁ ବଢ଼ି
କୌଣସି ପ୍ରସଂଗ ନ ଛାଡ଼ି
ମିଳୁଛି ଯଥେଷ୍ଟ ଆଦର
ଆଉ ଟିକିଏ ଦରକାର
ଭାଷାର ସମୁନ୍ନତି ପାଇଁ
ଆଉ କୃପଣ ହେବା ନାହିଁ
ମାଗୁନି ଧନ କି ସମ୍ମାନ
କରଂତୁ ସହଯୋଗ ଦାନ
ସ୍ବଭାଷା ହେଲେ ପ୍ରତିଷ୍ଠିତ
କେହି ବି ହେବେନି ଲଜ୍ଜିତ
ଆପଣଂକର ମତାମତ
ମୋତେ କରିବ ଉତ୍ସାହିତ
ରହିବା ସ୍ବଭାଷା ସହିତ
ନିଶ୍ଚୟ ହେବ ସର୍ବହିତ
Comments are closed.