Latest Odisha News

ଆହୁରି ୧୦ ବର୍ଷ ଭାରତୀୟ ହକିର ପ୍ରାୟୋଜକ ରହିବ ଓଡିଶା

ଭୁବନେଶ୍ୱର: ଓଡିଶା ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଭାରତୀୟ ହକିର ପ୍ରାୟୋଜକ ଦାୟିତ୍ୱ ତୁଲାଇବ । ରାଜ୍ୟ ସରକାର ଏ ନେଇ ସୋମବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରିଛନ୍ତି । ସଫଳତାର ସହ ୨ ଥର ବିଶ୍ୱକପ ଆୟୋଜନ କରିଥିବା ଓଡିଶା ଖଣି ନିଗମ ୨୦୩୩ ପର୍ଯ୍ୟନ୍ତ ଜାତୀୟ ଦଳର ପ୍ରାୟୋଜକ ରହିବ । ସାହାରା ଇଣ୍ଡିଆ ଜାତୀୟ ଦଳର ହକି ସ୍ପନଶରଶିପରୁ ଓହରିଯିବା ପରେ ଏହାର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ଓଡିଶା ସରକାର ଏହାର ପ୍ରାୟୋଜକ ହୋଇଥିଲେ । ୨୦୨୩ରେ ଏହି ଅବଧି ଶେଷ ହେଉଥିଲା । ୨୦୨୩ ଫେବୃୟାରୀ ୧ରୁ ୨୦୩୩ ଜାନୁୟାରୀ ୩୧ ପର୍ଯ୍ୟନ୍ତ ଉଭୟ ପୁରୁଷ ଏବଂ ହକି ଟିମର ପ୍ରାୟୋଜକ ଓଡିଶା ରହିବ ।

ଓଡିଶା ଖଣି ନିଗମ ଏଥିନେଇ ଅନୁରୋଧ କରିଥିଲା ଏବଂ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଓଡିଶା ଏହି ଗୁରୁ ଦାୟିତ୍ୱ ନେବା ପରଠାରୁ ଦେଶରେ ହକିର ଦ୍ରୁତ ଉନ୍ନତି ପରିଲକ୍ଷିତ ହେଉଛି । ଏପରିକି ଦୀର୍ଘ ଦିନ ପରେ ଭାରତ ଅଲିମ୍ପିକ୍ସରେ ପଦକ ହାସଲ କରିବାରେ ସଫଳ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକୁ ମଧ୍ୟ ପ୍ରଶଂସା କରାଯାଉଛି ।

Comments are closed.