Latest Odisha News

BREAKING NEWS

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ହେବ ୮ଟି ପ୍ରସ୍ତାବ ଉପରେ ଆଲୋଚନା

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ଏକ ବୈଠକରେ ପ୍ରାୟ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି ।

ଏହି ବୈଠକଟି ରାଜ୍ୟ ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟା ୫ଟା ୪୫ମି.ରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି ।

ମିଳିଥିବା ସୂଚନାନୁଯାୟୀ ରାଜ୍ୟ କ୍ୟାବିନେଟରେ କୃଷି, ବିଦ୍ୟାଳୟ ଓ ଗଣଶିକ୍ଷା, ଜଳ ସମ୍ପଦ, ଶକ୍ତି, ଶ୍ରମ ଏବଂ ଇଏସଆଇ ବିଭାଗର କିଛି ପ୍ରସ୍ତାବ ଉପରେ ଆଲୋଚନା କରାଯିବ ।

Comments are closed.