Latest Odisha News

BREAKING NEWS

ମାଆ-ଝିିଅଙ୍କ ମଧ୍ୟରେ ୨୫ ବର୍ଷର ପାର୍ଥକ୍ୟ : ଏବେ ଦେଖିବାକୁ ପୁରା ଯାଆଁଳା

ପର୍ତ୍ତୁଗାଲ: ସାଧାରଣତଃ ପିଲାମାନେ ନିଜ ବାପାମାଆ କିମ୍ବା ପରିବାରର ସଦସ୍ୟଙ୍କ ଚେହେରା ପରି ହୋଇ ଜନ୍ମ ନେଇଥାନ୍ତି । ପିଲାଙ୍କ ବୟସ ବଢିବା ପରେ ସେମାନେ ବାପାମାଆଙ୍କ ପରି ଅବିକଳ ଦେଖାଯାନ୍ତି । ଏବେ ସେମିତି ଏକ ମାଆଝିଅଙ୍କ ମଧ୍ୟରେ ବୟସର ପ୍ରାର୍ଥକ୍ୟ ୨୫ ବର୍ଷ ହୋଇଥିଲେ ମଧ୍ୟ ସେମାନେ ଯାଆଁଳା ଭଉଣୀ ପରି ଦେଖାଯାଉଛନ୍ତି । ଏହାର ଏକ ଫଟୋ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଛି ।

ପର୍ତ୍ତୁଗାଲର ବାସିନ୍ଦା ୪୫ ବର୍ଷୀୟା ଗୀତା ଭାଇୱାଲା । ତାଙ୍କ ଝିଅ ମେଲିସାଙ୍କ ବୟସ ୨୦ ବର୍ଷ । ଉଭୟଙ୍କ ମଧ୍ୟରେ ୨୫ ବର୍ଷର ପାର୍ଥକ୍ୟ ଅଛି । କିନ୍ତୁ ଗୀତା ଏତେ ଛୋଟ ଦେଖାଯାଉଛନ୍ତି ଯେ ଝିଅଙ୍କଠାରୁ ସାନ ପରି ଲାଗୁଛନ୍ତି । ସେମାନଙ୍କ ଚେହେରା ଓ ଉଚ୍ଚତା ପୁରା ସମାନ । ଉଭୟଙ୍କ ହେୟାର ଷ୍ଟାଇଲ, ମେକଅପ୍‌,କାନଫୁଲ ଓ ଡ଼୍ରେସ ଏକା ପରି ପିନ୍ଧିଥାନ୍ତି । ଏହାକୁ ନେଇ ଏବେ ମାଆ ଝିଅ ଖୁବ୍ ଚର୍ଚ୍ଚାରେ ।

ଗୀତା କୁହନ୍ତି, ମୋ ଝିଅର ବୟସ ଏବେ ୨୦ ବର୍ଷ । ଆମେ ମାଆ-ଝିଅ ବାହାରକୁ ଗଲେ ଲୋକମାନେ ଆମକୁ ଯାଆଁଳା ଭଉଣୀ ବୋଲି ବିବେଚନା କରନ୍ତି । ଏମିତିକି ଅଟକାଇ ପଚାରନ୍ତି ମଧ୍ୟ । ଆମେ ମାଆ-ଝିଅ କହିଲେ କେହି ବିଶ୍ୱାସ କରନ୍ତି ନାହିଁ । ଆମେ ଦୁଇ ଜଣ ଏକାସଙ୍ଗରେ ମଲ କିମ୍ବା ମାର୍କେଟ ଗଲେ ଲୋକେ ଆମ ସହିତ ସେଲଫି ନେଇଥାନ୍ତି । ଏହା ଆମକୁ ଖୁବ୍ ଆନନ୍ଦ ଦେଇଥାଏ । ଆମେ ଦୁଇଜଣ ଅଧିକାଂଶ ସମୟ ସମାନ ଡ୍ରେସ ପିନ୍ଧିଥାଉ, ଯାହା ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇଥାଏ । ମେଲିସାର ସାଙ୍ଗମାନେ ଘର କିମ୍ବା ବାହାରେ ମୋତେ ଦେଖିଲେ ସନ୍ଦେହରେ ପଡ଼ିଯାଆନ୍ତି ।

 

Comments are closed.