Latest Odisha News

BREAKING NEWS

ସାବଧାନ! ଶ୍ରୀମନ୍ଦିର ଭିତରେ ବୁଲୁଛନ୍ତି ୟୁପି, ବିହାରର ଲୁଟେରା

ପୁରୀ:ଲୁଟେରା ମାତିଛନ୍ତି । ମନ୍ଦିର ଭଳି ପବିତ୍ର ସ୍ଥାନକୁ ବି ଛାଡୁ ନାହାନ୍ତି । ଏଇ ଲୁଟେରାଙ୍କ ଚେର ବହୁତ ଲମ୍ବା । ନିଜ ରାଜ୍ୟ ସମେତ ବାହାର ରାଜ୍ୟରେ ମେଲିଛି ଏମାନଙ୍କର କାୟା । ଶ୍ରୀମନ୍ଦିର ଭିତରେ  ବୁଲୁଛନ୍ତି ୟୁପି, ବିହାରର ଲୁଟେରା । ମୌକା ଦେଖି ଭକ୍ତଙ୍କୁ ଲୁଟୁଛନ୍ତି । ଏମିତି ଏକ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ଧରିଛି ସିଂହଦ୍ୱାର ପୋଲିସ ।

ୟୁପି,ବିହାରରୁ ଆସି ଶ୍ରୀମନ୍ଦିରରୁ ଭକ୍ତଙ୍କ ସୁନାଚେନ ଲୁଟୁଥିବା ଲୁଟେରାଙ୍କୁ  ମାଡିବସିଲା ସିଂହଦ୍ୱାର ପୋଲିସ । ଏହି ଅନ୍ତଃରାଜ୍ୟ ଲୁଟେରାଙ୍କ ଠାରୁ ୩ଟି ସୁନାଚେନ୍, ନଗଦ ୨୮ ହଜାର ଟଙ୍କା ସମେତ ୧୨ଟି ମୋବାଇଲ ଫୋନ ଜବତ କରାଯାଇଛି । ଏହି ଲୁଟେରା ଗ୍ୟାଙ୍ଗର ୧୨ ଜଣଙ୍କୁ ଗିରଫ କରିଛି ପୋଲିସ ।

ଗତ ୨୩ ଏପ୍ରିଲରେ ୩ଟି ଚେନ୍ ଲୁଟ କେଶ ସିଂହଦ୍ୱାର ଥାନାରେ ରିପୋର୍ଟ ହେବାପରେ ସକ୍ରିୟ ହୋଇଥିଲା ପୋଲିସ । ଲୁଟର ଶିକାର ହୋଇଥିବା ଭକ୍ତ ମାନଙ୍କର ଏତାଲା,ବୟାନ ଓ ସିସିଟିଭି ଫୁଟେଜକୁ ଆଧାର କରି ଆରମ୍ଭ ହୋଇଥିଲା ଅପରେସନ । ତେବେ ଶେଷରେ ୨୮ ଘଣ୍ଟା ପରେ ସଫଳତା ପାଇଛି ପୋଲିସ।

୧୨ ଜଣିଆ ଏହି ଲୁଟେରା ଟିମ୍ ପୁରୀରେ ୭ଦିନ ରହଣି କରି ୫୦ରୁ  ଅଧିକ ଚେନ ଲୁଟ କରି ଫେରାର ହେବାକୁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଥିଲେ । ପୁରୀ ଟାଉନଥାନା ଅର୍ନ୍ତଗତ ଗଛକାଳୀ ଲେନ ଚନ୍ଦ୍ରକାନ୍ତ ଗେଷ୍ଟ ହାଉସରେ ରହି ଏମାନେ ଚଳେଇଥିଲେ ରାକେଟ । ୟୁପି,ବିହାର ଓ ଅନ୍ୟ ରାଜ୍ୟର ପୋଲିସଙ୍କ ସହଯୋଗ ନେଇ ପୁରୀ ପୋଲିସ ଏହି ୧୨ଜଣଙ୍କ କ୍ରିମିନାଲ ରେକର୍ଡ ଯାଞ୍ଚ କରିଛି । ସେପଟେ ଚନ୍ଦନଯାତ୍ରା ଚାଲିଥିବା ସହ ଆଗକୁ ରଥଯାତ୍ରା ରହିଛି । ଏହାକୁ ଦୃଷ୍ଟିରେ ରଖି ଏହି ଗ୍ୟାଙ୍ଗ ସକ୍ରିୟ ହେବାର ଯୋଜନା ରଖିଥାଇ ପାରନ୍ତି । ଏସବୁ ଭିତରେ ସୁରୁଖୁରୁରେ ଚନ୍ଦନଯାତ୍ରା ଓ ରଥଯାତ୍ରା କରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ ।

Leave A Reply

Your email address will not be published.