Latest Odisha News

BREAKING NEWS

ଆଳିରେ ଡଙ୍ଗା ବୁଡ଼ି ଘଟଣା; ମୃତକଙ୍କ ପରିବାରକୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ   

କେନ୍ଦ୍ରାପଡ଼ା : ଆଳିର ମାଣିଆ ଘାଟରେ ଡଙ୍ଗା ବୁଡ଼ି ଘଟଣା । ଏହି ଘଟଣାରେ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।ଏଥିସହ ମୃତକଙ୍କ ପରିବାରକୁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ।

ଆଜି ସକାଳେ ଡଙ୍ଗାଟି୨୫ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି ଏକମାଣିଆ ପଞ୍ଚାୟତରୁ ରାଜନଗର କେରଡ଼ାଗଡ଼କୁ ଯାଉଥିଲା । ହେଲେ କୂଳରୁ କିଛି ବାଟ ଗଲା ପରେ ଡଙ୍ଗାଟି ହଠାତ୍‌ ଭାରସାମ୍ୟ ହରାଇ ମଝି ନଦୀରେ ଭାସିଯାଇଥିଲା । ଡଙ୍ଗା ବୁଡ଼ି ନାବାଳକ ଦେବେନ୍ଦ୍ର ବେହେରାଙ୍କ ମୃତ୍ୟୁ ହୋଇଥିବା ବେଳେ ନାଉରିଆ ସୁଦର୍ଶନ ସ୍ୱାଇଁ ଏବେ ବି ନିଖୋଜ ଅଛନ୍ତି । ଏନେଇ ମୃତ ନାବାଳକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଏଥିସହ ଆଜି ସନ୍ଧ୍ୟା ସୁଦ୍ଧା ଏହି ଅନୁକମ୍ପା ମୂଳକ ରାଶି ତାଙ୍କ ପରିବାରକୁ  ପ୍ରଦାନ କରିବା ପାଇଁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.