ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ୪ ଜଣିଆ ସଦସ୍ୟ ସମ୍ବଲପୁର ଗସ୍ତ କରି ହନୁମାନ ଜୟନ୍ତୀରେ ହୋଇଥିବା ହିଂସାର ଅନୁଧ୍ୟାନ କରିବେ । ଏ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ବିଜେପି ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନେତୃତ୍ୱରେ ଗଠିତ ଏହି କେନ୍ଦ୍ରୀୟ ଅନୁଧ୍ୟାନ କମିଟି ମେ ୧ ତାରିଖରେ ସମ୍ବଲପୁର ଗସ୍ତ କରିବ । ମେ’ ୨ ତାରଖରେ ଘଟଣାସ୍ଥଳକୁ ଯାଇ ପରିସ୍ଥିତିର ଅନୁଧ୍ୟାନ କରିବେ । ସେମାନେ ମୃତ ଚନ୍ଦ୍ରମଣି ମିର୍ଦ୍ଧାଙ୍କ ଗାଁ ଓ ଘରକୁ ଯାଇ ମଧ୍ୟ ଆଲୋଚନା କରିବେ।
କମିଟିରେ ଉତ୍ତରପ୍ରଦେଶ ରାଜ୍ୟସଭା ସାଂସଦ ବ୍ରିଜଲାଲ, ଝାଡ଼ଖଣ୍ଡ ରାଜ୍ୟସଭା ସାଂସଦ ସମୀର ଓରାଓଁ ଓ ଆଦିତ୍ୟ ସାହୁ ଏବଂ ପଶ୍ଚିମବଙ୍ଗ ପୁରୁଳିଆ ସାଂସଦ ଜ୍ୟୋତିର୍ମୟ ସିଂ ମହତୋ ସଦସ୍ୟ ରହିଛନ୍ତି। ୪ ଜଣିଆ ଟିମ୍ ସମ୍ବଲପୁର ଗସ୍ତ କରି ଘଟଣାର ଟିକିନିଖି ତଦନ୍ତ କରିବେ। ଟିମ୍ ତଥ୍ୟ ସମ୍ବଳିତ ରିପୋର୍ଟ ଶ୍ରୀ ନଡ୍ଡାଙ୍କୁ ପ୍ରଦାନ କରିବ।
ସୂଚନାଥାଉ କି, ମ୍ବଲପୁରରେ ହନୁମାନ ଜୟନ୍ତୀ ଅବସରରେ ହୋଇଥିବା ହିଂସା ଘଟଣାର ଏନଆଇଏ ତଦନ୍ତ କରିବା ପାଇଁବିଜେପି ରାଜ୍ୟ ଶାଖା ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏପ୍ରିଲ ୨୨ରେ ଚିଠି ଲେଖି ଅନୁରୋଧ କରାଯାଇଥିଲା । ରାଜ୍ୟ ବିଜେଜପି ପକ୍ଷରୁ ଅଭିଯୋଗ ହୋଇଥିଲା ଯେ, ସମ୍ବଲପୁରରେ ହୋଇଥିବା ହିଂସା ଉଦ୍ଦେଶ୍ୟମୂଳକ ଏବଂ ପ୍ରାୟେଜିତ ଥିଲା । ହିଂସାକୁ ବିଜେପି ଦୃଢ଼ ନିନ୍ଦା କରିବା ସହ ନିରପେକ୍ଷ ତଦନ୍ତ ଦାବି କରିଥିଲା ।
ରାଜ୍ୟ ନେତାଙ୍କ ଅନୁରାେଧ ପରେ ରାଷ୍ଟ୍ରୀୟ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ସମ୍ବଲପୁର ହିଂସାକୁ ନେଇ ଦୁଃଖ ପ୍ରକାଶ କରିବା ସହ ତଦନ୍ତ ପାଇଁ ୪ ଜଣିଆ ଟିମ୍ ଗଠନ କରିଥିବା ନେଇ ଗତକାଲି ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ସୂଚନା ଦେଇଥିଲେ ।
Comments are closed.