ମୁମ୍ବାଇ: ବଲିଉଡର ଶ୍ରେଷ୍ଠ ଅଭିନେତା ରଣବୀର କପୁର ତାଙ୍କ ଚଳଚ୍ଚିତ୍ର ତଥା ବ୍ୟକ୍ତିଗତ କାର୍ଯ୍ୟକଳାପକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ଥାନ୍ତି । ଏବେ ତାଙ୍କର ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଏକ କାର୍ଯ୍ୟକ୍ରମରେ ବସିଥିବା ବେଳେ ତାଙ୍କ ଉପରେ ଗରମ କଫି ଢାଳିଯାଉଛି ।
ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ରଣବୀର ଏବଂ ତାଙ୍କ ମାଆ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସେ ମଞ୍ଚରେ ବସି ଦର୍ଶକଙ୍କ ସହ ଆଲୋଚନା କରୁଥିଲେ । ଏହି ସମୟରେ ଅସାବଧାନତା ଯୋଗୁ ସେ ଧରିଥିବା କଫି କପ ତାଙ୍କ ଉପରେ ପଡ଼ିଯାଉଛି । ଫଳରେ ତାଙ୍କ ପ୍ୟାଣ୍ଟ ଓଦା ହୋଇଯାଇଛି । ଏହି ସମୟରେ ରଣବୀର ନିଜ ଆସନରୁ ଡେଇଁପଡିଥିବାର ନଜର ଆସିଛନ୍ତି । ଯେଉଁଥିରେ ତାଙ୍କୁ ଜୋରରେ ହସୁଥିବାର ମଧ୍ୟ ଦେଖିବାକୁ ମିଳିଛି । ସେ ନିଜେ ନିଜର ଚେୟାର ଉଠାଇ ଅନ୍ୟ ଜାଗାରେ ରଖି ଦେଉଛନ୍ତି । ପରେ ଆଉ ଏକ ଚେୟାରରେ ବସୁଛନ୍ତିା ଏହି ଭିଡ଼ିଓ ଦେଖିବା ପରେ ଅନେକ ପ୍ରଶଂସକ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।
ଜଣେ ପ୍ରଶଂସକ ମତ ଦେଇଛନ୍ତି ଯେ, କଫି ବହୁତ ଗରମ ଥିଲା ଓ ସିଟ୍ରୁ ମଧ୍ୟ ଧୂଆଁ ବାହାରୁଛି । ଆଉ ଜଣେ ପ୍ରଶଂସକ କହିଛନ୍ତି ଯେ, ‘ଏତେ ଉତ୍ସାହିତ ହେବାର ଆବଶ୍ୟକତା କ’ଣ ଥିଲା ?’
Comments are closed.