Latest Odisha News

BREAKING NEWS

ଆଜି ୧୨ଘଣ୍ଟିଆ କୋରାପୁଟ ବନ୍ଦ

କୋରାପୁଟ : ଆଜି କୋରାପୁଟ ଜିଲ୍ଲା ୧୨ ଘଣ୍ଟିଆ ବନ୍ଦ । ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି ଜିଲ୍ଲା କଂଗ୍ରେସ । ଜୟପୁର ଜାତୀୟ ରଜପଥ ୨୬ ମୁଖ୍ୟ ଟ୍ରାଫିକ ଛକ ଠାରେ ରାସ୍ତା ଅବରୋଧ କରାଯାଇଛି ।

BjdElectrycity

ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନିପତିଙ୍କ ଆହ୍ୱାନରେ ଆଜି କୋରାପୁଟ ଜିଲ୍ଲା ବନ୍ଦ କରାଯାଇଛି ।କେନ୍ଦ୍ର ଓ ରାଜ୍ୟ ସରକାର କୋରାପୁଟ ଜିଲ୍ଲାକୁ ଅବହେଳା କରୁଥିବା ଅଭିଯୋଗରେ ବନ୍ଦ ପାଳନ କରାଯାଉଥିବା ଜୟପୁର ବିଧାୟକ ତାରା ପ୍ରସାଦ ବାହିନି ପତି କହିଛନ୍ତି । ୧୨ ଘଣ୍ଟିଆ ବନ୍ଦ ଡାକରା ଯୋଗୁଁ ଦୋକାନ, ବଜାର, ସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ରହିଛି । ଶହ ଶହ ଗାଡି ଚଳାଚଳ ମଧ୍ୟ ଠପ୍‌ ହୋଇଛି ।ଏଥିଯୋଗୁ ଯାତାୟତ ବାଧାପ୍ରାପ୍ତ ହୋଇଛି  । ଆଜି ବିଭିନ୍ନ ଦାବି ନେଇ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି ଜିଲ୍ଲା କଂଗ୍ରେସ  ।

ଜୟପୁର ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିବା, କୋରାପୁଟ ଜିଲାର ଶିକ୍ଷିତ ଯୁବକ ଯୁବତୀଙ୍କୁ ନିଜ ଜିଲ୍ଲାରେ ନିଯୁକ୍ତି ସୁଯୋଗ ଦେବା ,  କୋରାପୁଟ ଜିଲ୍ଲାର ସିଟି, ବିଇଡି ଏବଂ ଡିଆଇଇଟି ତାଲିମ ପ୍ରାପ୍ତ ଯୁବକ ଯୁବତୀ ମାନଙ୍କୁ ଆଗ୍ରାଧିକାର ଭିତ୍ତିରେ କୋରାପୁଟ ଜିଲ୍ଲାରେ ଶିକ୍ଷକ/ ଶିକ୍ଷୟତ୍ରୀ ନିଯୁକ୍ତି,  କୋରାପୁଟ ଜିଲ୍ଲାରେ ବିଭିନ୍ନ ବିଭାଗରେ ଖାଲି ପଡିଥିବା  ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବୀ ଗୁଡିକରେ ସ୍ଥାନୀୟ ନିଯୁକ୍ତି ଦିଆଯାଉ, ଏହି ଜିଲାର ତାଲିମ ପ୍ରାପ୍ତ ଏଏନଏମ ଏବଂ ବିଏସି ନସିଂ ପ୍ରାର୍ଥି  ମାନଙ୍କୁ ଆଗ୍ରାଧିକାରୀ  ଭିତ୍ତିରେ ନିଯୁକ୍ତି ଦିଆଯାଉ, କୋରାପୁଟ ଠାରେ ଥିବା ବିଇଡି କଲେଜ ଦୀର୍ଘ ତିନି ବର୍ଷ ହେଲା ବିଭିନ୍ନ ଅଧ୍ୟାପକ ପଦବୀ ଖାଲି  ରହିଛି  ଏବଂ ପିଲାଙ୍କ ପ୍ରବେଶ ବନ୍ଦ ରହିଛି । ତେଣୁ ତୁରନ୍ତ  ବନ୍ଦ ହୋଇ ରହିଥିବା ବିଇଡି କଲେଜକୁ ୧୦୦ ସିଟ୍‌ ବିଶିଷ୍ଟ କରି ଖୋଲାଯାଉ,  ଜୟପୁର ଠାରେ କେନ୍ଦ୍ରୀୟ ଡ୍ରାଇଭିଙ୍ଗ ତାଲିମ ଗବେଷଣା କେନ୍ଦ୍ର ପ୍ରତିଷ୍ଠା, ଜୟପୁର ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଆଦି ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଜିଲ୍ଲା କଂଗ୍ରେସ ।

ଏନେଇ ପୋଲିସ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି ।ଏହି ଦାବିକୁ ମଧ୍ୟ ସିପିଆଇ ସମର୍ଥନ କରି ରାଜ ରାସ୍ତାରେ ବିକ୍ଷୋଭ କରିଛି ।

 

Leave A Reply

Your email address will not be published.