ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଚନ୍ଦ୍ରିକା ସାହା ତାଙ୍କ ସ୍ୱାମୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ସେ ତାଙ୍କ ପିଲାଙ୍କୁ ମାଡ଼ ମାରିବା ସହ ତଳେ କଚାଡ଼ି ହତ୍ୟା ଉଦ୍ୟମ କରିଥିବା ନେଇ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
ଅଭିନେତ୍ରୀ ଚନ୍ଦ୍ରିକା ଅଭିଯୋଗ କରିଛନ୍ତି ଯେ, ମୋ ସ୍ୱାମୀ ଅମନ୍ ମିଶ୍ର ପୁଅ ଜନ୍ମ ହେବାକୁ ନେଇ ଖୁସି ନ ଥିଲେ । ଅନେକ ସମୟରେ ଅମନ ମୋ ପୁଅକୁ ମାଡ଼ ମାରିଥାନ୍ତି । ନିକଟରେ ସେ ମୋ ପୁଅକୁ ଚଟାଣରେ ତିନିଥର ପିଟି ହତ୍ୟା ଉଦ୍ୟମ କରିଛନ୍ତି । ଘଟଣା ଦିନ ମୁଁ ରୋଷେଇ ଘରେ ଥିଲି । ପୁଅର କାନ୍ଧ ଶୁଣି ଦୌଡ଼ିକି ଯିବାରୁ ମୋ ପୁଅ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିବା ଦେଖିବାକୁ ପାଇଲି । ସଙ୍ଗେ ସଙ୍ଗେ ତାକୁ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କଲି । ପରେ ସିସିଟିଭି ଫୁଟେଜ୍ରେ ଦେଖିବାକୁ ପାଇଲି ଯେ, ଅମନ ମୋ ପୁଅକୁ ମାଡ଼ ମାରିବା ସହ ୩ ଥର ତଳେ କଚାଡ଼ି ଦେଇଛନ୍ତି । ଫଳରେ ସେ ଗୁରୁତର ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ କରିବା ସହ ସିସିଟିଭି ପୁଟେଜ୍ ଯାଞ୍ଚ କରିଛି ।
ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଚନ୍ଦ୍ରିକା । ସେ ସାବଧାନ ଇଣ୍ଡିଆ କ୍ରାଇମ ଆଲର୍ଟ, ସିଆଇଡି, ଅଦାଲତ ଆଦି ଶୋରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଛନ୍ତି । ପୂର୍ବ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ପାଇବା ପରେ ଚନ୍ଦ୍ରିକା ଅମନଙ୍କୁ ଭଲ ପାଇଥିଲେ । ଛାଡ଼ପତ୍ର ପାଇବା ପରେ ଚନ୍ଦ୍ରିକା ଗର୍ଭବତୀ ଥିବା ଜାଣିବାକୁ ପାଇଥିଲେ । ଅମନ ଏହା ଜାଣିବା ପରେ ଗର୍ଭପାତ କରିବାକୁ ଚନ୍ଦ୍ରିକାଙ୍କୁ କହିଲେ । ହେଲେ ଚନ୍ଦ୍ରିକା ରାଜି ହୋଇ ନ ଥିଲେ । ପରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଏହି କାରଣରୁ ଅମନ ତାଙ୍କ ପୁଅଙ୍କୁ ଭଲ ପାଉ ନ ଥିଲେ ।
Comments are closed.