କେପଟାଉନ: ଜିମ୍ବାୱେ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ତଥା ମହାନ ଅଲରାଉଣ୍ଡର ହୀଥ ଷ୍ଟ୍ରିକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡିଛି । ଦକ୍ଷିଣ ଆଫ୍ରିକାରେ ତାଙ୍କର ଚିକିତ୍ସା ଚାଲୁଥିଲେ ମଧ୍ୟ ଅବସ୍ଥା ଉଦବେଗଜନକ ରହିଛି । ଜିମ୍ବାୱେ କ୍ରୀଡା ମନ୍ତ୍ରୀ ଡେଭିଡ କୋଲଟର୍ନ ଟୁଇଟରରେ ଉଲ୍ଲେଖ କରିଛନ୍ତି ଯେ, ସମସ୍ତେ ଆଶା ଛାଡି ଦେଇଛୁ । ଏବେ କେବଳ ଚମତ୍କାରକୁ ଅପେକ୍ଷା କରିଛୁ । ହୀଥ କର୍କଟ ରୋଗରେ ଆକ୍ରାନ୍ତି । ଏବେ ଏହା ଷ୍ଟେଜ ୪ରେ ପଂହଚି ସାରିଛି । ଏବେ ତାଙ୍କ ପରିବାର ଲୋକଙ୍କୁ ଦକ୍ଷିଣ ଆଫ୍ରିକା ଡକାଯାଇ ସାରିଛି । ଷ୍ଟ୍ରିକ ଜିମ୍ବାୱେର ପ୍ରଥମ ଖେଳାଳି ଭାବେ ୧୦୦ ୱିକେଟ ହାସଲ କରିଥିଲେ ।
କ୍ୟାରିୟରର ଶେଷ ଭାଗରେ ଭ୍ରଷ୍ଟାଚାର ନେଇ ଆଇସିସି ୨୦୨୧ରେ ତାଙ୍କ ଉପରେ ୮ ବର୍ଷ ପାଇଁ ପ୍ରତିବନ୍ଧ ଲଗାଇଥିଲେ । ଅବଶ୍ୟ ସେ ଶେଷ ଯାଁଏ ମ୍ୟାଚ ଫିକ୍ସିଂରେ ସାମିଲ ନାହାନ୍ତି ବୋଲି କହି ଆସିଛନ୍ତି । ୧୯୯୩ରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ୨୦୦୫ରେ ଶେଷ ଦିନିକିଆ ନ୍ୟୁଜିଲାଣ୍ଡ ଏବଂ ଟେଷ୍ଟ ଭାରତ ବିପକ୍ଷରେ ଖେଳିଥିଲେ । ଶନ ୱିଲିୟମ୍ସଙ୍କ ସମେତ ଜିମ୍ବାୱେ କ୍ରିକେଟର ଅନ୍ୟ ଖେଳାଳିମାନେ ହୀଥଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ।
Comments are closed.