Latest Odisha News

BREAKING NEWS

ରାଜପରିବାର ବିରୋଧରେ ଯୌତୁକ ଅଭିଯୋଗ ଆଣିଲେ ବୋହୂ ଅଦ୍ରିଜା  

ବଲାଙ୍ଗିର : ରାଜପରିବାର ବିରୋଧରେ ସାଂଘାତିକ ଅଭିଯୋଗ । ଯୌତୁକ ନିର୍ଯାତନା ସହ ମାରିପିଟ୍ କରୁଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରାଜପରିବାରର ବୋହୂ ।

BjdElectrycity

ବଲାଙ୍ଗୀରର ରାଜପରିବାର ଅନଙ୍ଗ ଉଦୟ ସିଂ ଦେଓଙ୍କ ସାନ ପୁଅ ଅର୍କେଶ ସିଂ ଦେଓଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ ଅଦ୍ରିଜା ସିଂ। ଅର୍କେଶ ତାଙ୍କୁ ଯୌତୁକ ପାଇଁ ମାରପିଟ୍‌ କରିବା ସହ ସୁପାରୀ ଦେଇ ହତ୍ୟା ପାଇଁ ମଧ୍ୟ ଉଦ୍ୟମ କରିଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ଡେରାଡୁନ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ଗତ ୨୦୧୭ ମସିହା ନଭେମ୍ବର ୨୩ ତାରିଖରେ ଅଦ୍ରିଜା ଅର୍କେଶ ପରସ୍ପର ବିବାହ କରିଥିଲେ। ବିବାହ ପରେ ଉଭୟ ଡେରାଡୁନ ଥାନା ଅଧିନସ୍ଥ ରାଜୁପର ସ୍ଥିତ ଏକ ବଙ୍ଗଳାରେ ରହୁଥିଲେ ।ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକ୍‌ ଠାକ୍‌ ଚାଲିଥିଲା ହେଲେ ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଯେଉଁ ବିବାଦ ଆଜି ଏଭଳି ମୋଡ଼ ନେଇଛି । ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ଯୌତୁକ ନିର୍ଯାତନା ଦେଉଥିବା ସେ ଡେରାଡୁନ୍ ଥାନାରେ ଅଭିଯୋଗ କରିଛନ୍ତି । ତେବେ ପୁଲିସ ଏ ମାମଲାରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଉତ୍ତରାଖଣ୍ଡ ଡିଜିପିଙ୍କୁ ଭେଟି ନ୍ୟାୟ ମାଗିଛନ୍ତି । ଉତ୍ତରାଖଣ୍ଡ ଡିଜିପି ପୂରା ଘଟଣାର ତଦନ୍ତ ଦାୟିତ୍ୱ ଡେରାଡୁନ୍ ଏ ଏସ୍‌ ପିଙ୍କୁ ଦେଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଅଦ୍ରିଜା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂଙ୍କ ନାତୁଣୀ। ଅଦ୍ରିଜା ତାଙ୍କ ପିତାଙ୍କ ଘର ଉତ୍ତରାଖଣ୍ଡରେ ରହୁଛନ୍ତି।

Leave A Reply

Your email address will not be published.