Latest Odisha News

ସେପ୍ଟେମ୍ବର ୧ରୁ ରାଜ୍ୟରେ ଲାଗୁ ହେବ ‘ଏକ ଦେଶ ଏକ ରାସନ କାର୍ଡ’

ଭୁବନେଶ୍ୱର: କେନ୍ଦ୍ରର ‘ଏକ ଦେଶ ଏକ ରାସନ କାର୍ଡ’ ନୀତି ଏବେ ରାଜ୍ୟରେ ମଧ୍ୟ ଲାଗୁ କରାଯିବା ନେଇ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି ଓଡିଶା ସରକାର । ଯାହାଫଳରେ ରାଜ୍ୟ ବାହାରକୁ ଯାଉଥିବା ବ୍ୟକ୍ତି ତଥା ପ୍ରବାସୀ ଶ୍ରମିକମାନେ ମଧ୍ୟ ଏହାଦ୍ୱାରା ଲାଭାକୃତ ହୋଇପାରିବେ।

ଏସମ୍ପର୍କରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ପ୍ରଦାନ କରିଛନ୍ତି ।

“ଏହି ବ୍ୟବସ୍ଥା ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ରୁ ଆରମ୍ଭ ହେବ, ଯାହା ପରବର୍ତ୍ତୀ ସମୟରେ ସବୁ ସ୍ଥାନରେ ଲାଗୁ କରାଯିବ” ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।
ଏହି ବ୍ୟବସ୍ଥା ଲାଗୁ ହେଲେ ରାଜ୍ୟ ବାହାରକୁ ଯାଉଥିବା ଗରିବ ଶ୍ରେଣୀର ହିତାଧିକାରୀ ମାନେ ମଧ୍ୟ ନିଜ କାର୍ଡକୁ ଆଧାର ସହ ଲିଙ୍କ୍ କରି ଯେକୌଣସି ରାସନ୍ ଦୋକାନରୁ ରିହାତରେ ଚାଉଳ ଓ ଗହମ ଉଠାଇପାରିବେ ।

Leave A Reply

Your email address will not be published.