ମୂଳ ବାଂଲା: ମହାଦେବ ସାହା
ତୁମର ଦୁଇହାତ ଖୋଲି
କେବେ ହେଲେ ଦେଖିନାହିଁ
ସେଇଠି ଯେ ଫୁଟିଅଛି
ପୃଥିବୀର ସବୁଠାରୁ ସୁନ୍ଦର ଗୋଲାପ
ତୁମ ଦୁଇହାତ ଖୋଲି
କେବେ ଦେଖିନାହିଁ
ସେଠାରେ ରହିଛି ଲେଖା
ହୃଦୟର ଅନ୍ତରଙ୍ଗ କବିତାର ଅଂଶ।
ଫୁଲକୁ ମୁଁ ଭଲପାଏ ବୋଲି
ବୃଥାସିନା କରେ ଅହଙ୍କାର।
ଶିଳ୍ପ ଭଲ ଲାଗେ ବୋଲି
ଅନର୍ଥକ ଏ ବଡିମା ମୋର
ମୁର୍ଖ ମୁଁ ତ ବୁଝିନାହିଁ
ତୁମର ଦୁଇଟି ହାତ
କେତେ ବଡ ମାନବୀୟ ଫୁଲ
ଜାଣି ନାହିଁ କେତେ ବେଶି ଅନୁଭୂତିମୟ
ତୁମର ଏ ଦୁଇହାତ ଆଙ୍ଗୁଳି ସମୂହ ।
କାହିଁକି ମୁଁ ଖୋଲି କରି ଦେଖିନାହିଁ
ତୁମର ଏ ହାତ ଦୁଇ
କାହିଁକି ମୁଁ ପଢ଼ିନାହିଁ
ସେ ନିର୍ମଳ ପ୍ରେମର କବିତା!
ଗୋଲାପ ଦେଖିଛି ବୋଲି
ଏତେ କାଳ ରହିଲି ଭ୍ରମରେ
ଏବେ ତୁମ ଦୁଇ ହାତେ ମୁହଁକୁ ଲୁଚାଇ
ଲଜ୍ଜାରେ ମୁଁ ମରେ
ତୁମର ଏ ଦୁଇ ହାତେ ଫୁଟିଅଛି
ପୃଥିବୀର ସବୁଠାରୁ ବିଶୁଦ୍ଧ ଗୋଲାପ
ତୁମର ଏ ଦୁଇ ହାତେ
ପୃଥିବୀର ଏକମାତ୍ର ମୌଳିକ
କବିତାର ଛାପ।
ଅନୁବାଦ: ମନୋରଞ୍ଜନ ହୋତା
Comments are closed.