Latest Odisha News

BREAKING NEWS

ଅଭୁଲା ଗୀତ : ତୁମେ ଲେଉଟିଲ ନାହିଁ

ସଙ୍ଗୀତ : ବାଳକୃଷ୍ଣ ଦାଶ
ଗୀତ : ସୁରେନ୍ଦ୍ର କୁମାର ଦାସ
ଗାୟନ : କଲ୍ୟାଣୀ ଦାସ
ଚଳଚ୍ଚିତ୍ର : ଶ୍ରୀଜଗନ୍ନାଥ, ୧୯୫୦

 

 

ତୁମେ ଲେଉଟିଲ ନାହିଁ
ତୁମେ ଲେଉଟିଲ ନାହିଁ
କେତେ ତାତି ଛାତି ଭିତରେ ବିତିଲା
କେତେ ତାତି ଛାତି ଭିତରେ ବିତିଲା
ତୁମ ରାହା ଚାହିଁ ଚାହିଁ
ତୁମେ ଲେଉଟିଲ ନାହିଁ

ମହୁଆ ମୁଲକ ପୁଲକ ତୁଟାଇ
ହାଟ ଲେଉଟାଣି ଅଳି
ନ ଫେରେ କି ଆଉ
ଫୁଲରାଣୀ ପାଶେ ପୀରତି ସଉଦା କରି
ତୁମେ କହିଥିଲ ପୀରତିି ପାଞ୍ଜିରେ
ଛାଡ଼ବାଡ଼ ଯୋଗ ନାହିଁ
ତେବେ କିଆଁ କହ ପୀରତିିର ରୀତି
ଆନ ହୁଏ ମୋହ ପାଇଁ
ତୁମେ ଲେଉଟିଲ ନାହିଁ

ତୁମେ କହିଥିଲ କେତେ ଦୂରେ ଚାନ୍ଦ
କେତେ ଦୂରେ
କେତେ ଦୂରେ ପୁଣି କଇଁ
ସରଗୁ ଢାଳୁଚି ସରାଗ ପସରା
ଦୂରେ ବହୁ ଦୂରେ ରହି
ତେବେ କିଆଁ କହ ପୀରତିିର ରୀତି
ଆନ ହୁଏ ମୋହ ପାଇଁ
ତୁମେ ଲେଉଟିଲ ନାହିଁ

ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ୧୯୩୬-୬୯ ବହିରୁ

ନିଜ ମନ ପସନ୍ଦର ଗୀତ ପାଇଁ ନିମ୍ନ ଆଇଡିରେ ମେଲ କରନ୍ତୁ।
( editorodishasambad@gmail.com )

Comments are closed.