Latest Odisha News

କୋରିଆରେ ନିର୍ମିତ ହେବ ଅଜୟ ଦେବଗାନଙ୍କ ଦୃଶ୍ୟମ ରିମେକ

ମୁମ୍ବାଇ: ଅଜୟ ଦେବଗାନ ଓ ତବୁ ଅଭିନୀତ ଦୃଶ୍ୟମ ମୁଭିଜର ରିମେକ କୋରିଆ ଭାଷାରେ ହେବ । ଦୃଶ୍ୟମର ଦ୍ୱିତୀୟ ସଂସ୍କରଣ ମଧ୍ୟ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛ । ୨୦୨୦ର ଓସ୍କାର ପୁରସ୍କାର ବିଜେତା ପାରାସାଇଟ ଫିଲ୍ମର ଅଭିନେତା ସଙ୍ଗ କଙ୍ଗ ଏଥିନେଇ ଆଗ୍ରହ ପ୍ରକାଶ କରିଛନ୍ତି । ଏହା ପ୍ରଥମ ଭାରତୀୟ ଫିଲ୍ମ ହେବ ଯାହା କୋରିଆ ଭାଷାରେ ନିର୍ମିତ ହେବ । ୨୦୧୩ର ଏକ ମାଲାୟଲମ ଫିଲ୍ମର ରିମେକ ହେଉଛି ଦୃଶ୍ୟମ । ଭଲ ଏବଂ ଆକର୍ଷଣୀୟ ଫିଲ୍ମର ରିମେକ ଆମେ କରିବୁ ବୋଲି ଏଥୋଲୋଜି ଷ୍ଟୁଡିଓର ଫାଉଣ୍ଡର ୱାର୍ଣ୍ଣର ବ୍ରଦର୍ସଙ୍କ ଏକଜିକ୍ୟୁଟିଭ ଜେ ଚୋଇ କହିଛନ୍ତି ।

ଏହା ସମ୍ପୂର୍ଣ୍ଣ ଭାବେ କୋରୀୟ ଫିଲ୍ମ ଶୈଳୀରେ ନିର୍ମିତ ହେବ । ପୂର୍ବରୁ କନ୍ନଡ(ବି. ରବିଚନ୍ଦ୍ରନ), ତେଲୁଗୁ(ଭେଙ୍କେଟେଶ), ତାମିଲ(ପାପନସମ), ହିନ୍ଦୀ(ଅଜୟ ଦେବଗାନ), ସିଂହଳୀ(ଜ୍ୟାକସନ ଆନ୍ଥୋନୀ) ଓ ଚୀନୀ(ଜିଆ ୟାଙ୍ଗ) ଭାଷାରେ ଏହି ଫିଲ୍ମର ରିମେକ ରିଲିଜ ହେବା ସହ ଭଲ ପ୍ରଦର୍ଶନ କରିଛି ।

Comments are closed.