Latest Odisha News

ଟ୍ରକରେ ବସି ରାତିରେ ବୁଲିଲେ, ଡ୍ରାଇଭରଙ୍କ ‘ମନ କୀ ବାତ୍’ ଶୁଣିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ରାହୁଲଙ୍କ ନୂଆ ଅବତାର । ଏବେ ଟ୍ରକ ଯାତ୍ରୀ ଭାବେ ଦେଖିବାକୁ ମିଳିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ଦିଲ୍ଲୀରୁ ଟ୍ରକରେ ବସି ରାହୁଲ ଗାନ୍ଧୀ ଚଣ୍ଡିଗଡ ଉଦ୍ଦେଶ୍ୟରେ ବାହାରିଥିଲେ । ଅମ୍ବାଲରେ ଓହ୍ଲାଇଥିଲେ । ସେଠାରେ ଟ୍ରକ ଡ୍ରାଇଭରଙ୍କ ସହ ଆଲୋଚନା କରିଥିଲେ ।ତାଙ୍କ ସମସ୍ୟା ବିଷୟରେ ବି ପଚାରି ବୁଝିଥିଲେ । ଏ ସମସ୍ତ ଘଟଣାର ଭିଡିଓ ଏବେ ଭାଇରାଲ ହୋଇଛି ।

ରାହୁଲଙ୍କ ଅଚାନକ ଆବିର୍ଭାବ ଅନେକ ସମୟରେ ଦେଖିବାକୁ ମିଳିଥାଏ । କେତେବେଳେ  ସାଧାରଣ ଲୋକଙ୍କ ସହ  ହୋଟେଲରେ ତ ରାତିରେ ଛାତ୍ରଙ୍କ ଗହଣରେ କଲେଜ ହଷ୍ଟେଲରେ ।  କର୍ଣ୍ଣାଟକ ନିର୍ବାଚନ ଜିତିବା ପରେ ଏବେ ରାହୁଲ ଆଉ ଅଧିକ ଉତ୍ସାହିତ ହୋଇ ପଡିଛନ୍ତି । ଏବେ ଦଳ ଟପ ଗିଅରରେ କାମ କରୁଛି ବୋଲି କହି ବୁଲୁଥିଲେ କଂଗ୍ରେସ ନେତା । ଆଉ ତାହାକୁ କାମରେ କରି ଦେଖାଇଛନ୍ତି ଟପ କମାଣ୍ଡର । ପୁରା ଜୋଶରେ ଟ୍ରକରେ ବସି ରାତିରେ ବୁଲୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କୀ ବାତ କହୁଛନ୍ତି । ହେଲେ ରାହୁଲ ଟ୍ରକରେ ବୁଲିବୁଲି ଡ୍ରାଇଭରଙ୍କ ମନ କୀ ବାତ୍ ଶୁଣୁଛନ୍ତି ।

ରାହୁଲଙ୍କର ଏହି ଟ୍ରକ ଯାତ୍ରା ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ୟୁଜର୍ସ ବେଶ ମତାମତ ବି ଦେଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ବିଳମ୍ବିତ ରାତିରେ ରାହୁଲ ଟ୍ରକ ଡ୍ରାଇଭରଙ୍କୁ ଭେଟିଲେ । କଥାବାର୍ତ୍ତା ହେଲେ । ସେମାନଙ୍କ ସମସ୍ୟ ସମ୍ପର୍କରେ ପଚାରିଲେ । ଟ୍ରକ ଡ୍ରାଇଭରଙ୍କ ଦେଶୀ ଗୀତକୁ ଉପଭୋଗ କଲେ । କେତେଜଣ ନେତା ବିନା ମିଡିଆରେ ଏପରି କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

କଂଗ୍ରେସ ପକ୍ଷରୁ ରାହୁଲଙ୍କର ଏହି ଭିଡିଓକୁ ମଧ୍ୟ ଟୁଇଟରରେ ସେୟାର କରାଯାଇଛି । ଏରିଥିରେ କୁହାଯାଇଛି,  ଭାରତର ସଡକରେ ୯୦ ଲକ୍ଷ ଡ୍ରାଇଭର ଗାଡି ଚଲାଉଛନ୍ତି । ସେମାନରଙ୍କ ଅନେକ ସମସ୍ୟା ରହିଛି । ସେମାନଙ୍କର ମନ କୀ ବାତ ଶୁଣିବା କାମ ରାହୁଲ କରୁଛନ୍ତି ।

 

Comments are closed.