Latest Odisha News

BREAKING NEWS

କେବେ ଆବାସ ହିତାଧିକାରୀଙ୍କ ତାଲିକା ଘୋଷଣା ହେବ: ବିଜେପି

ଭୁବନେଶ୍ୱର: ଆବାସ ପ୍ରସଙ୍ଗରେ ପୁଣି ଘେରିଲା ବିଜେପି। କେବେ ଆବାସ ହିତାଧିକାରୀ ତାଲିକାଙ୍କ ନାମ ଘୋଷଣା ହେବ ବିରୋଧୀ ବିଜେପି ପ୍ରଶ୍ନ କରି ସରକାରଙ୍କଠୁ ଜବାବ ଲୋଡ଼ିଛି।

ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, କେନ୍ଦ୍ର ସରକାର ଯେତେ ଆବଶ୍ୟକ ଘର ଦେଇଛନ୍ତି। କିନ୍ତୁ ରାଜ୍ୟ ସରକାର ସଠିକ୍ ଭାବେ କ୍ରୀୟାନ୍ଵୟନ କରୁନାହାନ୍ତି । ଯେଉଁଭଳି ଭାବେ ଘର ହିତାଧିକାରୀଙ୍କ ପାଖରେ ପହଞ୍ଚିବା କଥା ପହଞ୍ଚୁନାହିଁ । ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ଘର ତିଆରି ହେଉନାହିଁ । ଆମ ରାଜ୍ୟରେ ସ୍ବପ୍ନ ହୋଇ ରହିଯାଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର।

୨୦୧୯ ପରଠୁ ଆବାସ ପାଇନଥିବା ଯୋଗ୍ୟ ଲୋକ ମାନଙ୍କ ପାଇଁ ସୁଦୂର ପ୍ରସାରି ସ୍ବପ୍ନ ହୋଇଯାଇଛି । ରାଜ୍ୟ ସରକାରଙ୍କ ଟାର୍ଗେଟ ଥିଲା ୨୬ ଲକ୍ଷ ୯୫ ହାଜର ପକ୍କାଘର। କେନ୍ଦ୍ର ସରକାର ଆଜି ସୁଦ୍ଧା ୨୬ ଲକ୍ଷ ୫୧ ହାଜର ଘର ମଞ୍ଜୁର କରିସାରିଛନ୍ତି । ସେଥିରୁ ୧୭ ଲକ୍ଷ ୧୪ ହାଜର ଘର ସଂପୂର୍ଣ୍ଣ ହୋଇଛି । ହେଲେ ବାକି ୯ ଲକ୍ଷ ୫୯ ହାଜର ୫୦୦ ଘର ହୋଇପାରୁନାହିଁ । ରାଜ୍ୟ ସରକାର ତାଲିକା ପ୍ରସ୍ତୁତ କରି ପାରୁନାହାନ୍ତି କି ଘର୍ ହୋଇପାରୁନାହିଁ। ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ଦୁଇ ଦୁଇ ଥର ତାଗିଦ କରିଛନ୍ତି। ଗରିବ ଲୋକଙ୍କୁ ଠକି ଚାଲିଛନ୍ତି ରାଜ୍ୟ ସରକାର । ଚାଳ ଘରେ ରହୁଥିବା ଗରିବ ଲୋକଙ୍କ ସହ ପ୍ରବଞ୍ଚନା ବୋଲି ବିଜେପି ନେତା କହିଛନ୍ତି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ୨୦୨୨ ମସିହା ନଭେମ୍ବର ୧ ପୂର୍ବରୁ ସରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ତାଗିଦ କରିଥିଲେ । କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଓଡ଼ିଶା ଆସି କହିଥିଲେ, ଯେ ଓଡ଼ିଶା ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରି ପାରୁନାହିଁ । ତେଣୁ ତତ୍ପରତା ସହ ଘର ତିଆରି କରାଯାଉ ବୋଲି ବିଜେପି ଦାବି କରିଛି।

କେନ୍ଦ୍ର ସରକାର ତାଗିଦ କରିଥିଲେ, ଯେ ନଭେମ୍ବର ସୁଦ୍ଧା ଘର ନଦେଲେ ରାଜ୍ୟ ସରକାରଙ୍କୁ କ୍ଷତିପୂରଣ ଦେବାକୁ ହେବ। କିନ୍ତୁ ତଥାପି ରାଜ୍ୟ ସରକାରଙ୍କ ଚେତା ପଶିନାହିଁ। କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ୨୦୨୩ ଜୁନ ମାସ ଶେଷ ସୁଦ୍ଧା ଘରର ଆଦେଶ ପତ୍ର ଦେବା ପାଇଁ କୁହାଯାଇଥିଲା । କିନ୍ତୁ ମେ ମାସ ସାରିବାକୁ ବସିଲାଣି କିନ୍ତୁ ରାଜ୍ୟ ସରକାର ଠିକ୍ ଭାବେ କାମ କରିନାହାନ୍ତି।

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ର ସରକାର ୩୪ ହାଜର ୬୩ କୋଟି ଟଙ୍କା ପିଏମ ଆବାସ ଯୋଜନା ପାଇଁ ସହାୟତା ଦେଇଛନ୍ତି । କିନ୍ତୁ ଓଡ଼ିଶା ଲୋକ ଘର ନପାଇବା ଦୁର୍ଭାଗ୍ୟଜନକ। ୨୦୧୯ରେ ତାଲିକା ହେବା ପରେ ୫ ଥର ୱିଣ୍ଡୋ ଖୋଲିଥିଲେ କେନ୍ଦ୍ର ସରକାର। କିନ୍ତୁ ରାଜ୍ୟ ସରକାର ତାଲିକା ଅପଲୋଡ କରି ନାହାଁନ୍ତି। ଯେଉଁ ତାଲିକା ରାଜ୍ୟ ସରକାର କରିଥିଲେ ତାହା ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା।

ରାଜ୍ୟ ସରକାର ୨୦୨୦ ଫେବୃଆରୀରେ ଅଭିଯୋଗ ପତ୍ର ମାଗିଥିଲେ, ଲୋକ ଅଭିଯୋଗ କଲେ । କିନ୍ତୁ ତାହାର ତର୍ଜମା କରାଗଲା ନାହିଁ । ୨୦୨୨ ମସିହାରେ ପୁଣି ଯେତେବେଳେ ସର୍ଭେ କଲେ ରାଜ୍ୟ ସରକାର । ୨୦୧୯ ପୂର୍ବରୁ ଯେଉଁ ଭୁଲ କରିଥିଲେ, ସେହି ଭୁଲ ପୁଣି କଲେ । ରାଜନୈତିକ ଉଦ୍ଦେଶ୍ୟ ରଖି ସର୍ଭେ ହେଲା । କେନ୍ଦ୍ର ସରକାରଙ୍କ ପାଖରେ ଉପସ୍ଥାପିତ କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ସଠିକ୍ ତାଲିକା ନାହିଁ । ସାଢ଼େ ୪ ଲକ୍ଷ ଲୋକ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ବିଜେପି କହିଛି।

ତେବେ ଖବର ଲେଖା ହେବା ସୁଦ୍ଧା ଏହି ପ୍ରସଙ୍ଗରେ ଶାସକ ଦଳ କିମ୍ବା ସରକାର କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

Comments are closed.