Latest Odisha News

BREAKING NEWS

ଆଇପିଏଲ୍ ଫାଇନାଲ: ଚେନ୍ନାଇ-ଗୁଜରାଟ ମଧ୍ୟରେ ବର୍ଷା ବାଧକ, ସୋମବାର ହେବ ମ୍ୟାଚ

ଅହମଦାବାଦ: ଚଳିତ ଆଇପିଏଲର ଅନ୍ତିମ ମ୍ୟାଚ୍ ବା ଫାଇନାଲ ମୁକାବିଲା ବାତିଲ ହୋଇଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚରେ ବର୍ଷା ବଡ ବାଧକ ସାଜିଛି।ଦୀର୍ଘ ସମୟ ଧରି ବର୍ଷା ହେବାରୁ ଶେଷରେ ମ୍ୟାଚ ବାତିଲ ହୋଇଛି। ବହୁ ପ୍ରତୀକ୍ଷିତ ଏହି ଗୁରୁ-ଶିକ୍ଷ୍ୟ ମୁକାବିଲାକୁ ଦେଖିବା ପାଇଁ ଉଭୟ ଷ୍ଟାଡିୟମ ଏବଂ ଷ୍ଚାଡିୟମ ବାହାରେ ଅନେକ ଅପେକ୍ଷା କରିଥିଲେ ମଧ୍ୟ ଶେଷରେ ଆଜି ପାଇଁ ମ୍ୟାଚ ବାତିଲ ହୋଇଛି।

ମ୍ୟାଚ ଆଜି ବାତିଲ ହୋଇଥିବାରୁ ଏହା ରିଜର୍ଭ ଡେକୁ ସ୍ଥାନାନ୍ତରିତ ହୋଇଛି। ମେ ୨୯ ଅର୍ଥାତ ଆସନ୍ତାକାଲି ଏହି  ମ୍ୟାଚ ହେବାର ସମ୍ବାବନା ରହିଛି। ଆସନ୍ତାକାଲି ଅପରାହ୍ନ ୭ଟା ୩୦ରେ ଏହି ମ୍ୟାଚ ଆରମ୍ଭ ହେବ ବୋଲି ସୂଚନା ରହିଛି। ଯାହା ଆଜି ସଂଧ୍ୟା ୬ରେ ହେବାକୁ ଥିଲା। ତେବେ ଫାଇନାଲ ମ୍ଯାଚ ଦେଖିବାକୁ ଯେଉଁମାନେ ଟିକେଟ କାଟିଥିଲେ ତାହା ଆସନ୍ତାକାଲି ମଧ୍ୟ ବୈଧ ରହିବ ବୋଲି କୁହାଯାଇଛି।

ଅନ୍ତିମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ ସମ୍ମୁଖରେ ଚ୍ୟାଲେଞ୍ଜ ହେଉଛି ଗୁଜୁରାଟ ଟାଇଟାନ୍ସ। ଯିଏକି ଘରୋଇ ପିଚରେ ଖେଳିବାକୁ ଯାଉଛି। ଏହା ଗୁଜରାଟର କ୍ରମାଗତ ଦ୍ୱିତୀୟ ଫାଇନାଲ ହୋଇଥିବାବେଳେ ଚେନ୍ନାଇ ସୁୁପର କିଙ୍ଗସ ଦଶମ ଥର ପାଇଁ  ଫାଇନାଲ ଖେଳିବାକୁ ଯାଛି। ଯଦି ଗୁଜରାଟ ଫାଇନାଲ ମ୍ୟାଚରେ ବିଜୟୀ ହେବ ତାହେଲେ ଏହା କ୍ରମାଗତ ଦ୍ୱିତୀୟ ଟ୍ରଫି ନେବ। ଏଥି ସହିତ ମ୍ୟାଚ ଜିତି ଚେନ୍ନାଇ ପଞ୍ଚମ ଟାଇଟଲ୍ ଜିତିବାକୁ ଲକ୍ଷ୍ୟ ରଖିଛି।

Leave A Reply

Your email address will not be published.