Latest Odisha News

BREAKING NEWS

ଆଇଏମ୍‌ଡିବିର ଟପ୍ ୧୦ ଲିଷ୍ଟରେ ଓଡ଼ିଆ ଫିଲ୍ମ ‘ଦମନ’

ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ଜଗତ ପାଇଁ ଫିଲ୍ମ ‘ଦମନ’କୁ ନେଇ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି । ଏହି ଫିଲ୍ମ ଏବେ ଇଣ୍ଟରନେଟ୍ ମୁଭି ଡ଼ାଟାବେସ୍‌(ଆଇଏମଡ଼ିବି)ର ଫିଲ୍ମ ଟପ୍ ୧୦ ଲିଷ୍ଟରେ ୯ମ ସ୍ଥାନରେ ରହିଛି । ସେହିପରି ରେଟିଂରେ ମଧ୍ୟ ୧୦ରୁ ୯ ରହିଛି । ଏହାକୁ ନେଇ ସୋସିଆଲ ମିଡ଼ିଆରେ ଅନେକ ପୋଷ୍ଟ ନଜର ଆସିଛି ।

ଫିଲ୍ମ ‘ଦମନ ଗତ ନଭେମ୍ବର ୪ ତାରିଖରେ ରିଲିଜ୍ ହୋଇଥିଲା । ଏହି ଫିଲ୍ମକୁ ଦର୍ଶକ ଖୁବ୍ ପସନ୍ଦ ବି କରିଥିଲେ । ଆଉ ଅଭିନେତା ବାବୁସାନଙ୍କ ନିଖୁଣ ଅଭିନୟ ମଧ୍ୟ ଲୋକଙ୍କୁ ଆକୃଷ୍ଟ କରିଥିଲା । ଫିଲ୍ମଟି ରିଲିଜ୍ ହେବା ପରଠୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ପ୍ରଶଂସା ସବୁଠି ଦେଖିବାକୁ ମିଳୁଛି । ଏହାକୁ ଦୀପେନ୍ଦ୍ର ସାମଲ ପ୍ରଯୋଜନା କରିଥିବାବେଳେ ବିଶାଲ ମୌର୍ଯ୍ୟ ଓ ଦେବୀପ୍ରସାଦ ଲେଙ୍କା ନିର୍ଦ୍ଦେଶନା କରିଥିଲେ । ମୁଖ୍ୟ ଭୂମିକାରେ ଅଭିନେତା ବାବୁଶାନ ମହାନ୍ତି ଓ ଦ୍ୱିପନ୍ୱିତ ଦାସ ମହାପାତ୍ର ଅଭିନୟ କରିଥିଲେ ।

Leave A Reply

Your email address will not be published.