Latest Odisha News

BREAKING NEWS

ସୋସିଆଲ ମିଡ଼ିଆରେ ଲୋକପ୍ରିୟ ପାଇଁ ଯୁବକ ଖାଇଲେ ବିଷାକ୍ତ ମାଛ: କ’ଣ ହେଲା ଜାଣନ୍ତୁ

ଜାପାନ୍‌: ଆଜିକାଲି ଅନେକ ଯୁବପିଢୀ ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହେବା ପାଇଁ କୌଣସି ବି କାମ କରିବାକୁ ପଛାଉ ନାହାନ୍ତି । ଏମିତି କି କିଛି ପିଲା ନିଜ ଜୀବନକୁ ବାଜି ଲଗାଇ ମଧ୍ୟ ଭିଡ଼ିଓ ବନାଉଛନ୍ତି । ଏବେ ଜାପାନର ଜଣେ ଯୁବକ ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହେବା ପାଇଁ ବିଷାକ୍ତ ମାଛ ଖାଇ ନିଜ ଜୀବନକୁ ବାଜି ଲଗାଇଛନ୍ତି ।

ଜାପାନର ଜଣେ ୟୁଟ୍ୟୁବର୍ ଏବେ ଖୁବ୍ ଚର୍ଚ୍ଚାରେ । କାରଣ ସେ ପ୍ରସିଦ୍ଧ ହେବା ପାଇଁ ଏପରି କାର୍ଯ୍ୟ କରିଛନ୍ତି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେ ଦୁନିଆର ସବୁଠାରୁ ବିପଜ୍ଜନକ ସାମୁଦ୍ରିକ ଜୀବ ଖାଇ ଭିଡ଼ିଓ ବନାଇଛନ୍ତି । ସେହି ଜୀବକୁ ଖାଇବା ପୂର୍ବରୁ କିପରି ଧରିବା ଏବଂ ରାନ୍ଧିବା ସେ ଫଲୋଅର୍ସଙ୍କୁ ଦେଖାଇଛନ୍ତି । ସେ ଖାଇଥିବା ଜୀବକୁ ପର୍ତ୍ତୁଗୀଜ୍ ମ୍ୟାନ୍‌-ଓ-ୱାର କୁହାଯାଏ । ସାଧାରଣ ଭାବେ କହିବାକୁ ଗଲେ ଏହାକୁ ଜେଲି ମାଛ ବୋଲି ମଧ୍ୟ କୁହାଯାଏ ।

ଏହା ଦୁନିଆର ସୁବୁଠୁ ଅଧିକ ବିପଜ୍ଜନକ ଜୀବ । ଏହାର ବିଷ ସଂଶ୍ପର୍ଷରେ ଆସିଲେ ବି ମଣିଷର ମୃତ୍ୟୁ ହୋଇଥାଏ । ଏହି ଯୁବକ ଜଣକ ଏହାକୁ ଖାଇ ୟୁଟ୍ୟୁବରେ ନିଜର ଫଲୋଅର୍ସଙ୍କ ସହ ଭିଡ଼ିଓ ସେୟାର କରିଛନ୍ତି । ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଯୁବକ ଜଣ ରାତି ଅଧରେ ଏକ କାରରେ ନିଛାଟିଆ ସମୁଦ୍ର କୂଳକୁ ଯାଉଛନ୍ତି । ଆଉ ସେଠାରେ ପଡ଼ିଥିବା ଜେଲି ମାଛ ସଂଗ୍ରହ କରୁଛନ୍ତି । ଯୁବକ ସେଠାରେ ଆହୁରି ଅନେକ ବିପଜ୍ଜନକ ସାମୁଦ୍ରିକ ଜୀବ ଧରିଥିବା ମଧ୍ୟ ଦେଖିବାକୁ ମିଳିଛି । ଜେଲି ମାଛକୁ ଆଣି ଭଲ କରି ଧୋଇ ଏକ ପାତ୍ରରେ ଶିଝାଉଛନ୍ତି । ଏହା ଭଲକରି ଶିଝିବା ପରେ ପାଣି ସହ ମିଶିଯାଉଛି । ସେଥିରେ ପନିପରିବା, ସସ୍ ପକାଇ ଏକ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି । ଶେଷରେ ତାକୁ ଖାଉଥିବା କୁହାଯାଉଛି । କିନ୍ତୁ ଏହାକୁ ଖାଉଥିବା ଭିଡିଓରେ ଦେଖିବାକୁ ମିଳିନାହିଁ । ପ୍ରକୃତରେ ସେ ଏହାକୁ ଖାଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହି ବିଷାକ୍ତ ଜେଲି ମାଛକୁ ଖାଇଲେ ମୃତ୍ୟୁ ତ ନିଶ୍ଚିତ ।

Leave A Reply

Your email address will not be published.