Latest Odisha News

BREAKING NEWS

ଅଭିନେତାଙ୍କ କାର ଧକ୍କାରେ ପ୍ରାଣ ହରାଇଲେ ତାମିଲ ନିର୍ଦ୍ଦେଶକ ସରନ୍ ରାଜ

ମୁମ୍ବାଇ: ତାମିଲ ଅଭିନେତା ତଥା ନିର୍ଦ୍ଦେଶକ ସରନ୍ ରାଜ ଆଉ ନାହାନ୍ତି । କେ କେ ନଗରରେ ଏକ କାର ଦୁର୍ଘଟଣାରେ ଅଭିନେତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୯ ବର୍ଷ ହୋଇଥିଲା ।

ଗତ ୮ ତାରିଖ ରାତି ପ୍ରାୟ ସାଢ଼େ ୧୧ଟାରେ ସରନ୍ ଏକ ବାଇକ୍‌ରେ ଘରକୁ ଫେରୁଥିଲେ । ଏହି ସମୟରେ ଚେନ୍ନାଇର କେକେ ନଗରରେ ଅଭିନେତା ପଲାନିଅପ୍ପନଙ୍କ କାର ସହ ତାଙ୍କର ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ସରନ୍‌ଙ୍କ ମୃତ୍ୟୁ ହୋଇଥିଲା । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ, ତାମିଲ ସିନେମା ଇଣ୍ଡଷ୍ଟ୍ରିର ଜଣେ ସହକାରୀ ଅଭିନେତା ଥିବା ପଲାନିଅପ୍ପନ ନିଶାସକ୍ତ ଅବସ୍ଥାରେ ଡ଼୍ରାଇଭିଂ କରୁଥିବା ବେଳେ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପୋଲିସ ପଲାନିଅପ୍ପନଙ୍କୁ ଗିରଫ କରିଛି ।

Comments are closed.