ସମ୍ବଲପୁର: ସମ୍ବଲପୁରରେ ବର ଓ ବପରଯାତ୍ରୀ ଖାସି ମାଂସ ମାଗିବା ଘଟଣାକୁ ନଇ ବିବାହ ଭାଙ୍ଗିଯିବା ଘଟଣା ସାରା ରାଜ୍ୟରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲିଟିଛି। ସମସ୍ତେ ଝିଅକୁ ବାହା ବାହା ଦେଉଛନ୍ତି। ଏହାରି ଭିତରେ ଘଟଣାକୁନେଇ ବରପକ୍ଷରୁ ପ୍ରତିକ୍ରିୟା ସାମ୍ନାକୁ ଆସିଛି। କନ୍ୟା ପକ୍ଷର ଅଭିଯୋଗକୁ ଖଣ୍ଡନ କରିଛନ୍ତି ବରପିତା ଓ ନିଜେ ବର।
ସେମାନେ ଅଭିଯୋଗ କରିଛନ୍ତି ଯେ କନ୍ୟାପକ୍ଷରୁ କୌଣସି ଆୟୋଜନ ଭଲଭାବରେ ହୋଇନଥିଲା। ବାରମ୍ବାର ବରପକ୍ଷଙ୍କୁ ଦୁର୍ବବ୍ୟବହାର କରାଯାଇଥିଲା। ଏସବୁ ସତ୍ତ୍ୱେ ବି ବାହାଘର କରିବାକୁ ବାରମ୍ବାର ବାରମ୍ବାର ନେହୁରା ହେବା ପରେ ବି କନ୍ୟାପକ୍ଷ କିଛି ଶୁଣି ନଥିଲେ। ଶେଷରେ ବାଧ୍ୟ ହୋଇ ବରଯାତ୍ରୀଙ୍କୁ ଧରି ଫେରିବାକୁ ପଡ଼ିଲା ବୋଲି ବରପକ୍ଷ ଲୋକ ଅଭିଯୋଗ କରିଛନ୍ତି।
ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ ମାଂସ ଘଟଣା ଏକ ବାହାନା, ନହେଲେ ଝିଅ ଘର ଆମକୁ ଅପମାନିତ କରିଥିବା ବରପକ୍ଷ ସଫେଇ ଦେଇଛନ୍ତି।
ଅଭିଯୋଗ ଅନୁସାରେ, ସମ୍ବଲପୁରରେ ଧମାଥାନା ଅନ୍ତର୍ଗତ ଜଣେ ଯୁବତୀଙ୍କ ବିବାହ ସୁନ୍ଦରଗଡ଼ ଜିଲ୍ଲାରେ ଠିକ୍ ହୋଇଥିଲା। ହେଲେ ବରଯାତ୍ରୀ ଓ ନିଜେ ବର ହଠାତ୍ ଖାସୀ ମାଂସ ଖାଇବାକୁ ଜିଦ୍ ଧରିଥିଲେ। ହେଲେ ଅଧରାତିରେ ଖାସି ମାଂସ ଆଣିବାକୁ ସମସ୍ୟା ଥିବାରୁ କନ୍ୟା ପକ୍ଷର ଲୋକେ ହାତଗୋଡ଼ ଯୋଡ଼ିଥିଲେ। କନ୍ୟା ପାଖରେ କଥା ପହଞ୍ଚିବାରୁ ସେ ରୋକ୍ଠୋକ୍ ବାହା ହେବାକୁ ମନା କରିଦେଇଥିଲେ। ଏହାପରେ ଶିଶୁପାଳ ହୋଇ ବରକୁ ଫେରିବାକୁ ପଡ଼ିଥିଲା। ଏହି ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲିଟିଛି।
Comments are closed.