Latest Odisha News

BREAKING NEWS

୮୩ ବର୍ଷ ବୟସରେ ବାପା ହେଲେ ଅଭିନେତା ଆଲ ପାସିନୋ

ମୁମ୍ବାଇ: ୮୩ ବର୍ଷ ବୟସରେ ବାପା ହେଲେ ହଲିଉଡ୍‌ର ଲୋକପ୍ରିୟ ବରିଷ୍ଠ ଅଭିନେତା ଆଲ୍ ପାସିନୋ । ଆଲ୍‌ଙ୍କ ୨୯ ବର୍ଷୀୟା ପ୍ରେମିକା ନୁର୍ ଆଲଫାଲ୍ଲା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଏହି ଖବର ପାଇବା ପରେ ତାଙ୍କ ପ୍ରଶଂସକମାନେ ଆନନ୍ଦିତ ହେବା ସହ ଶୁଭେଚ୍ଛା ଜଣାଇଛନ୍ତି । ସେ ୪ର୍ଥ ଥର ପାଇଁ ବାପା ହୋଇଛନ୍ତି ।

ଆଲଙ୍କ ପ୍ରେମିକା ହେଉଛନ୍ତି ନୁର୍ । ସେମାନେ ବିବାହ କରିନାହାନ୍ତି । କିନ୍ତୁ ଏକାଠି ରୁହନ୍ତି । ପୂର୍ବରୁ ଆଲଙ୍କ ପ୍ରଥମ ପତ୍ନୀଙ୍କ ଗୋଟିଏ ଝିଅ ଥିବା ବେଳେ ଦ୍ୱିତୀୟ ପତ୍ନୀଙ୍କ ଯାଆଁଳା ସନ୍ତାନ ଅଛନ୍ତି । ତେଣୁ ଏବେ ସେ ୮୩ ବର୍ଷ ବୟସରେ ଚତୁର୍ଥ ଥର ବାପା ହୋଇ ଚର୍ଚ୍ଚାକୁ ଆସିଛନ୍ତି । ଆଲ୍ କହିଛନ୍ତି ଯେ, ୮୩ ବର୍ଷ ବୟସରେ ବାପା ହେବାର ସୌଭାଗ୍ୟ ପ୍ରାୟ କମ୍ ଲୋକଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ । ଯେଉଁ ସୌଭାଗ୍ୟ ମୁଁ ପାଇଛି । ଆମ ଘରକୁ ଆସିଥିବା ନୂଆ ଅତିଥିକୁ ନେଇ ଆମେ ଦୁଇ ଜଣ ବହୁତ୍ ଖୁସି ଅଛୁ । ଆଉ ପୁଅର ନାଁ ରୋମନ ପାସିନୋ ରଖିଛୁ ।

୨୦୨୨ ମସିହାରୁ ଆଲ ୨୯ ବର୍ଷୀୟା ନୁର୍‌ୁ ପାସିନୋଙ୍କୁ ଡେଟ୍ କରୁଥିଲେ । ଯାହାଙ୍କ ବୟସ ଆଲଙ୍କଠାରୁ ୫୦ ବର୍ଷରୁ ଅଧିକ ସାନ । ଏକ ଡିନର ଡେଟ୍‌ରେ ଉଭୟ ପ୍ରଥମ ଥର ଦେଖା ହୋଇଥିଲେ ।

Comments are closed.