Latest Odisha News

ରାମଙ୍କ ଚରିତ୍ର ପାଇଁ ଦିନକୁ ୧୫ଟି ଅଣ୍ଡା ଖାଉଥିଲେ ପ୍ରଭାସ

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ଶୁକ୍ରବାର ରିଲିଜ ହୋଇଯାଇଛି । ଫିଲ୍ମ ରିଲିଜ୍‌ର ପ୍ରଥମ ଦିନରେ ହିଁ ଭଲ ବ୍ୟବସାୟ କରିଛି । ଏହି ଫିଲ୍ମଟି ହିନ୍ଦୀ ବ୍ୟତୀତ ତେଲୁଗୁ, ମାଲାୟାଲମ୍ , ତାମିଲ, ଏବଂ କନ୍ନଡ ଭାଷାରେ ରିଲିଜ୍ ହୋଇଛି । କିନ୍ତୁ ରିଲିଜ୍ ହେଉ ହେଉ ଏହି ଫିଲ୍ମର କାହାଣୀ, ସଂଳାପ, ଚରିତ୍ର ଆଦିକୁ ନେଇ ବିବାଦ ଦେଖାଦେଇଛି । ଏସବୁ ଭିତରେ ଏହି ଫିଲ୍ମରେ ପ୍ରଭୁ ରାମଙ୍କ ଭୂମିକାରେ ଅଭିନୟ କରିଥିବା ସାଉଥ୍ ସୁପରଷ୍ଟାର ପ୍ରଭାସ କିଭଳି ନିଜକୁ ପ୍ରସ୍ତୁତ କରିଥିଲେ ସେ ବିଷୟରେ ତଥ୍ୟ ସାମ୍ନାକୁ ଆସିଛି । ପ୍ରଭୁ ଶ୍ରୀରାମଙ୍କ ଚରିତ୍ର ପାଇଁ ଭଲ ଶାରୀରିକ ଗଠନର ଆବଶ୍ୟକତା ଥିବାରୁ ସେ ଦିନକୁ ୧୫ଟି ଅଣ୍ଡା ଖାଉଥିଲେ ।

ଏହି ଫିଲ୍ମରେ ଅଭିନେତା ପ୍ରଭାସ ରାମ ଭୂମିକାରେ ନଜର ଆସିଛନ୍ତି । ଏହି ଚରିତ୍ରରେ ଅଭିନୟ କରିବା ପାଇଁ ପ୍ରଭାସଙ୍କୁ ବହୁ କଷ୍ଟ କରିବାକୁ ପଡ଼ିଛି । ନିଜ ଖାଇବା ଓ ବ୍ୟାୟାମର ଶୈଳୀ ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ । ଏଥିସହିିତ ଦୌଡ଼ିବା, ପହଁରିବା, ସାଇକେଲ ଚଳାଇବା ସହ କାର୍ଡିଓ କରିବା ସହ ଯୋଗ ବି କରୁଥିଲେ । ସେ ନିଜ ଡାଏଟରେ ମାଛ, ମାଂସ, ଅଣ୍ଡା ଓ କମ ଫ୍ୟାଟ୍ ଥିବା ଖାଦ୍ୟ ଖାଉଥିଲେ । ମିଠା, ଥଣ୍ଡା ପାନୀୟ ଓ ଫାଷ୍ଟଫୁଡ ଆଦି ସମ୍ପୂର୍ଣ୍ଣ ଛାଡ଼ି ଦେଇଥିଲେ । ସେ ଅଧିକ ପରିମାଣର ଫଳ ଓ ପନିପରିବା ଖାଉଥିଲେ ।

Comments are closed.