Latest Odisha News

BREAKING NEWS

ସପ୍ତାହକ ମଧ୍ୟରେ ଘୋଷଣା ହେବ ଜଗା-କାଳିଆଙ୍କ ଓଡ଼ିଶା ଫେରିବା ତାରିଖ: ମନ୍ତ୍ରୀ

ଭୁବନେଶ୍ୱର: ପରିଶେଷରେ ଯାଆଁଳା ଶିଶୁ ଜଗା-କାଳିଆଙ୍କ ଓଡ଼ିଶା ଫେରିବା ନେଇ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଛି । ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଏହି ଶିଶୁ ଦ୍ୱୟଙ୍କ ଓଡ଼ିଶା ଫେରିବା ତାରିଖ ଆସନ୍ତା ସପ୍ତାହକ ମଧ୍ୟରେ ଘୋଷଣା ହେବ ବୋଲି ରାଜ୍ୟ ସରକାର ସୂଚନା ପ୍ରଦାନ କରିଛନ୍ତି ।

ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି ଯେ, କଟକ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଜଗା-କାଳିଆ ଯାଆାଁଳା ଶିଶୁଙ୍କର ଚିକିତ୍ସା ହେବ । ଏନେଇ ସେଠାରେ ସମସ୍ତ ବିଶେଷଜ୍ଞ ଡ଼ାକ୍ତରମାନେ ପୂର୍ବରୁ ପ୍ରସ୍ତୁତି କରିସାରିଛନ୍ତି ।

“ଏହି ଯାଆଁଳା ଶିଶୁଦ୍ୱୟଙ୍କୁ ହସ୍ପିଟାଲର ନ୍ୟୁରୋ ସର୍ଜରୀ ବିଭାଗର ଏକ ସ୍ୱତନ୍ତ୍ର କ୍ୟାବିନରେ ରଖାଯାଇ ଚିକିତ୍ସା କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏକ ଡ଼ାକ୍ତରୀ ଟିମ୍ ଏହି ଚିକିତ୍ସାର ଦାୟିତ୍ୱ ଗ୍ରହଣ କରିବେ ଯେଉଁ ୬ ଜଣିଆ ଟିମରେ ରହିଛନ୍ତି ନ୍ୟୁରୋ ସର୍ଜରୀ, ଶିଶୁରୋଗ ବିଭାଗ, ନ୍ୟୁରୋଲୋଜି ଏବଂ ସର୍ଜରୀ ବିଭାଗର ବିଶେଷଜ୍ଞ”, ଏହା କହିଛନ୍ତି ମନ୍ତ୍ରୀ ।

Leave A Reply

Your email address will not be published.