Latest Odisha News

BREAKING NEWS

କିଆରାଙ୍କ ମିନି ସ୍କଟ୍‌କୁ ନେଇ ଚର୍ଚ୍ଚା: ଦାମ ଜାଣିଲେ ହେବେ ତାଜୁବ

ମୁମ୍ବାଇ: ବଲିଉଡ କୁଇନ କିଆରା ଆଡଭାନୀ ଏବେ ଚର୍ଚ୍ଚାରେ । ତାଙ୍କର ଆଗାମୀ ଫିଲ୍ମ ‘ସତ୍ୟପ୍ରେମ କି କଥା’ର ପ୍ରମୋଶନକୁ ନେଇ ସେ ଖୁବ୍ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ତାଙ୍କ ସହିତ କାର୍ତ୍ତର୍ିକ ଆର୍ଯ୍ୟନ ଅଭିନୟ କରିଛନ୍ତି । ଫିଲ୍ମର ପ୍ରମୋଶନରେ କିଆରା ପ୍ରତିଦିନ ନୂଆ ନୂଆ ଲୁକରେ ନଜର ଆସୁଛନ୍ତି । ନିକଟରେ ସେ ପିନ୍ଧିଥିବା ଏକ ହ୍ୱାଇଟ ଟପ ଓ ହ୍ୱାଇଟ ସ୍କଟକୁ ନେଇ ଖୁବ୍ ଚର୍ଚ୍ଚା । ଏହି ସ୍କଟ୍‌ର ଦାମ ଶୁଣି ତାଙ୍କ ପ୍ରଶଂସକ ତାଜୁବ୍ ହୋଇଯାଇଛନ୍ତି ।

ନିକଟରେ କିଆରା ତାଙ୍କର କିଛି ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ସବୁ ଫଟୋକୁ ପ୍ରଂଶସକମାନେ ଖୁବ୍ ପସନ୍ଦ କରିଛନ୍ତି । ସେଥିମଧ୍ୟରେ ଥିଲା ହ୍ୱାଇଟ୍ ଡ଼୍ରେସର ଫଟୋ, ଯେଉଁଥିରେ ସେ ଖୁବ ସୁନ୍ଦର ଲାଗୁଛନ୍ତି । ଏଥିରେ କିଆରା ମିନି ସ୍କଟ ଉପରେ ଏକ ହ୍ୱାଇଟ କଲର ସ୍କିନ ଫିଟ ଟପ ପିନ୍ଧିିଛନ୍ତି । ତେବେ ଏହି ସ୍କଟର ଦାମ ଶୁଣି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ମିନି ସ୍କଟ ଜ୍ୟାକ୍ୱେମସ ବ୍ରାଣ୍ଡର ଓ ଏହାର ଦାମ ୯୮,୦୫୫ ଟଙ୍କା ।

କିଆରା ଆଡଭାନୀ ଓ କାର୍ତ୍ତିକ ଆର୍ଯ୍ୟନଙ୍କ ଅଭିନିତ ‘ଭୁଲ ଭୁଲେୟା’ ପରେ ‘ସତ୍ୟପ୍ରେମ କି କଥା’ ମାଧ୍ୟମରେ ବଡ ପରଦାରେ ଧମାଲ କରିବାକୁ ଆସୁଛନ୍ତି । ଫିଲ୍ମ ଜୁନ ୨୯ରେ ରିଲିଜ ହେବାର କାର୍ଯ୍ୟକ୍ରମ ରହିଛିି ।

Comments are closed.