Latest Odisha News

BREAKING NEWS

ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ରାକେଶ ସୋଢି ମୃତ

ଭୁବନେଶ୍ୱର: ମାଓଦମନ ଅଭିଯାନରେ ଓଡ଼ିଶା ପୋଲିସକୁ ଏକ ବଡ଼ ସଫଳତା ମିଳିପାରିଛି । ମାଲକାନଗିରି ଜିଲ୍ଲା ବଣ୍ଡାଘାଟ ଅଞ୍ଚଳର ଖଇରପୁଟ ପାହାଡ଼ ନିକଟସ୍ଥ ପାକନଗୁଡ଼ା ଜଙ୍ଗଲରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ରାକେଶ ସୋଢି ବୁଧବାର ସକାଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛି ।

ଗଣମାଧ୍ୟମକୁ ସୂଚନାଦେଇ ପୋଲିସ ଡ଼ିଜି ବିକେ ଶର୍ମା କହିଛନ୍ତି, ଓଡ଼ିଶା-ଆନ୍ଧ୍ର ପ୍ରଦେଶ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ରହିଥିବା ଜୋନାଲ କମିଟିର ରାକେଶ ସୋଢି ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା । ଏପରିକି ଏହି ମାଓବାଦୀ ନେତା ମଧ୍ୟ ବିଭିନ୍ନ ସଶନ୍ତ୍ର ମାଓବାହିନୀର ଜଣେ କମାଣ୍ଡର ଭାବେ କାର୍ଯ୍ୟ କରୁଥିଲା ।

“ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲା ଅନ୍ତର୍ଗତ ଘଟପଡ଼ା ଗ୍ରାମର ବାସିନ୍ଦା ହେଉଛି ଏହି ରାକେଶ ସୋଢି । ତାହାର ମୁଣ୍ଡ ଲାଗି ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା”, ବୋଲି ଡ଼ିଜିପି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି ।

ଏହି ଦୁର୍ଦ୍ଦାନ୍ତ ମାଓନେତା ସୋଢି ଜୁଲାଇ ୨୦୦୮ରେ ହୋଇଥିବା ହିଂସାକାଣ୍ଡରେ ଜଡ଼ିତ ରହିଥିଲା । ୧୭ ଜଣ ଏସଓଜି ଯବାନ ନିହତ ହୋଇଥିଲେ ଏବଂ ଏଥିରେ ଆରଆଇ ଏସକେ ମିଶ୍ର ରହିଥିଲେ । ୨୦୧୨ରେ ପଡ଼ୋଶୀ ରାଜ୍ୟରେ ଯେଉଁ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା ସେଥିରେ ୪ଜଣ ବିଏସଏଫ ଯବାନ ନିହତ ହୋଇଥିଲେ ଏପରିକି ଏଥିରେ ଜଣେ କମାଣ୍ଡାଙ୍କ ପ୍ରାଣହାନୀ ଘଟିଥିଲା ବୋଲି ଡିଜିପି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.