ମୁମ୍ବାଇ: ଦି କେରଳ ଷ୍ଟୋରି ଫିଲ୍ମର ସଫଳତା ପରେ ବିପୁଲ ଶାହ ତାଙ୍କର ଆଗାମୀ ଫିଲ୍ମର ନାମ ଘୋଷଣା କରିଛନ୍ତି । ବିପୁଲ ଏବଂ ନିର୍ଦ୍ଦେଶକ ସୁଦୀପ୍ତୋ ସେନ ସତ୍ୟ କାହାଣୀ ଉପରେ ଆଧାରିତ ବସ୍ତର ନାମକ ଫିଲ୍ମ ଉପରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ମେକର୍ସଙ୍କ ପକ୍ଷରୁ ଏହାର ପୋଷ୍ଟର ମଧ୍ୟ ଜାରୀ କରାଯାଇଛି । କାହାଣୀ କଣ ହେବ ତାହା ଜଣା ପଡି ନ ଥିଲେ ମଧ୍ୟ ଏହା ଏକ ଆଶ୍ଚର୍ଯ୍ୟ କରିଦେବା ପରି ସତ୍ୟ ଘଟଣା ଉପରେ ଆଧାରିତ । ଖୁବ ଶୀଘ୍ର ଫିଲ୍ମର ଷ୍ଟାର ଚୟନ କରାଯିବ ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି ।
ବିପୁଲ ଏକ ଦୂରଦୃଷ୍ଟି ସମ୍ପନ୍ନ ମେକର୍ସ ଅଟନ୍ତି । ସେ ଆଖେଁ, ହଲିଡେ, ଫୋର୍ସ, କମାଣ୍ଡୋ, ୱକ୍ତ, ନମସ୍ତେ ଲଣ୍ଡନ, ସିଂହ ଇଜ କିଙ୍ଗ, ସନକ ଓ ଦି କେରଳ ଷ୍ଟୋରି ପରି ଫିଲ୍ମ ନିର୍ମାଣ କରିଛନ୍ତି । ଦି କେରଳ ଷ୍ଟୋରୀ ୨୫୬ କୋଟିରୁ ଊର୍ଦ୍ଧ୍ୱ ଆୟ କରିସାରିଛି । ବସ୍ତର ୫ ଏପ୍ରିଲ ୨୦୨୪ରେ ରିଲିଜ ହେବ ବୋଲି ଘୋଷଣା କରାଯାଇଛି । ଫିଲ୍ମର ସଫଳତା ନେଇ ସେ ଦୃଢ଼ ଆଶାୟୀ ଅଛନ୍ତି ।
Comments are closed.