Latest Odisha News

ସ୍ୱାମୀଙ୍କଠାରୁ ଅଲଗା ହେବେ କି ଅସିନ୍ : ନିଜର ପ୍ରତିକ୍ରିୟା ରଖିଲେ

ମୁମ୍ବାଇ: ଅଭିନେତ୍ରୀ ଅସିନ୍ ତାଙ୍କ ସ୍ୱାମୀ ରାହୁଲଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି । ଏହାକୁ ନେଇ ଏବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖୁବ୍ ଚର୍ଚ୍ଚା । ବିବାହ ପରେ ଅସିନ୍ ଅଭିନୟ ଦୁନିଆରୁ ନିଜକୁ ଦୂରେଇ ରଖିଥିଲେ ।  ଏନେଇ ସୋସିଆଲ ମିଡ଼ିଆରେ ନିଜେ ଅସିନ୍ ନିଜର ପ୍ରତିକିୟା ରଖିଛନ୍ତି ।  ସେ କହିଛନ୍ତି ଯେ, ରାହୁଲଙ୍କୁ ଛାଡ଼ପତ୍ର ଦେବା ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ । ଆମେ ଏବେ ଗ୍ରୀଷ୍ମ ଛୁଟି ଉପଭୋଗ କରୁଛୁ ।

କିଛି ଦିନ ତଳେ ଅସିନ୍ ସ୍ୱାମୀ ରାହୁଲଙ୍କ ସହ ଥିବା ସମସ୍ତ ଫଟୋକୁ ଇନଷ୍ଟାଗ୍ରାମରୁ ଡିଲିଟ କରିଦେଇଥିଲେ । ଯାହାକୁ ନେଇ ପ୍ରଶଂସକମାନେ ସେମାନଙ୍କ  ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୋଇଥିବା  ସନ୍ଦେହ କରିଥିଲେ । ପରେ ଅସିନ୍ ସ୍ୱାମୀଙ୍କଠାରୁ ଅଲଗା ହେବେ ବୋଲି ଚର୍ଚ୍ଚା ହୋଇଥିଲା ।  ଏହି ଚର୍ଚ୍ଚାକୁ ନେଇ ଅସିନ ମୁହଁ ଖୋଲିବା ସହ  ସତ କ’ଣ ଜଣାଇଛନ୍ତି ।

ଅସିନ୍ ଦକ୍ଷିଣ ଭାରତୀୟ ଫିଲ୍ମରେ  ଅଭିନୟ କରିବା ସହ ବଲିଉଡର ଅନେକ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି ।  ଫିଲ୍ମ ‘ଗଜନି’ରେ   ଅଭିନୟ କରି ଖୁବ୍ ଲୋକପ୍ରିୟ ହୋଇଥିଲେ ଅସିନ ।  ରାହୁଲ ମାଇକ୍ରୋମାକ୍ସର ସହ-ପ୍ରତିଷ୍ଠାତା ଅଟନ୍ତି । ୨୦୧୬ ମସିହାରେ ଅସିନ୍ ରାହୁଲଙ୍କୁ ବିବାହ କରିଥିଲେ । ବିବାହ ପରେ ଅସିନ ଅଭିନୟ ଦୁନିଆରୁ ଦୂରେଇ ରହିଥିଲେ ।  ତାଙ୍କର ଗୋଟେ ଝିଅ ଅଛି ।

Comments are closed.