Latest Odisha News

ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର୍ରର ନାମ ବିହୀନ ଚିଠିକୁ ନେଇ ବିଜେପି ଉପରେ ବର୍ଷିଲା କଂଗ୍ରେସ

ଭୁବନେଶ୍ୱର: ୨୬ ତାରିଖରେ କେନ୍ଦ୍ରର କେନ୍ଦ୍ର ସରକାର ବିଭାଗ ପକ୍ଷରୁ ଓଡ଼ିଶାର ମୂଖ୍ୟ ଶାସନ ସଚିବ ଙ୍କ ପାଖକୁ ଯେଉଁ ଚିଠି ଆସିଛି ତାହା ଏକ ଗୁରୁତ୍ଵହୀନ ଚିଠି ବୋଲି କଂଗ୍ରେସ କହିଛି। ଏମିତି ଚିଠି କେନ୍ଦ୍ର ସରକାରଙ୍କ ଅଫିସର କେମିତି ଲେଖି ପାରିଲେ ବୋଲି କଂଗ୍ରେସ ଆଶ୍ଚର୍ଯ୍ୟ ପ୍ରକଟ କରିଛି।

ଏହି ଚିଠିରେ କେଉଁ ଆଇଏଏସ ଅଫିସର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ତାଙ୍କର ନାମ ଉଲ୍ଲେଖ କରାଯାଇ ନାହିଁ। କିଭଳି ଏବଂ କେଉଁ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଓ କେତେଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ବିଷୟରେ କୌଣସି ଉଲ୍ଲେଖ ନାହିଁ। ଏହା ଏକ ବିଚିତ୍ର ପ୍ରକାରର ଚିଠି ବୋଲି କହିବା ସହିତ ଏଭଳି ଚିଠି ର କୌଣସି ଗୁରୁତ୍ଵ ନାହିଁ ବୋଲି କଂଗ୍ରେସ ମୁଖପାକ୍ର ସୁଦର୍ଶନ ଦାସ କହିଛନ୍ତି।

ସୁଦର୍ଶନ ଦାସ ସମ୍ବିଧାନର ଧାରା ୩୦୯, ୩୧୯ ଓ ୩୨୦ ରେ ସର୍ବଭାରତୀୟ ପ୍ରଶାସନିକ ସେବା ବିଷୟରେ ବିଶଦ ଉଲ୍ଲେଖ କରାଯାଇଛି ଏବଂ ତାର ନିୟମ କାନୁନ୍ କେଉଁ କେଉଁ କାରଣରୁ ଉଲଙ୍ଘନ ହୁଏ ଏବଂ ସେ କ୍ଷେତ୍ରରେ କିଭଳି କାର୍ଯ୍ୟାନୁଷ୍ଠାନ ନିଆଯିବ, ସେସବୁ ବିସୟରେ ଉଲ୍ଲେଖ କରାଯାଇଛି। ଏ ଚିଠିରେ ସେ ବିଷୟରେ କୌଣସି ଉଲ୍ଲେଖ ନାହିଁ ବୋଲି ସେ କହିଛନ୍ତି।

କେନ୍ଦ୍ର ସରକାରଙ୍କର ମଧ୍ୟ ନିଜସ୍ଵ ଗୁଇନ୍ଦା ସଂସ୍ଥା ରହିଛି। ତା ମାଧ୍ୟମରେ ମଧ୍ୟ କେନ୍ଦ୍ର ସରକାର ଯେ କୌଣସି ସର୍ବଭାରତୀୟ ସେବା ଅଧିକାରୀଙ୍କ ବିଷୟରେ ତଥ୍ୟ ସଂଗ୍ରହ କରି ପାରିବେ ଏବଂ ସେ ତାଙ୍କର ଚାକିରୀର ନିୟମ କାନୁନ୍ କୁ ଉଲ୍ଲଂଘନ କରୁଛନ୍ତି କି ନାହିଁ ତାହା ଜାଣି ପାରିବେ। ସେକଥା ନକରି କେନ୍ଦ୍ର ସରକାର ଅଭିଯୋଗ କୁ ଆଖି ଠାର ମାରିଲା ଭଳି ଗୋଟିଏ ବାକ୍ୟର ଚିଠି ଟିକୁ ଲେଖିବା ପଛରେ ଅଭିଯୋଗର ଗୁରୁତ୍ଵକୁ ହାଲୁକା କରିବାର ପ୍ରୟାସ କରିଛନ୍ତି ବୋଲି ସୁଦର୍ଶନ ଦାସ ଅଭିଯୋଗ କରିଛନ୍ତି।

ଏଭଳି ଗୁରୁତ୍ଵ ବିହୀନ ଚିଠିକୁ ନେଇ ବିଜେପି ନେତା ମାନେ ଯେଉଁ ତୁମ୍ଭି ତୋଫାନ କରୁଛନ୍ତି ତାହା ହାସ୍ୟାସ୍ପଦ ବୋଲି କଂଗ୍ରେସ କହିଛି।

Comments are closed.