Latest Odisha News

ନୂଆ ‘ସୁପରମ୍ୟାନ’ ହେବେ ଡେଭିଡ୍ କାରେନସ୍ୱେଟ୍ , ହେନରୀ କାଭିଲଙ୍କ ସ୍ଥାନରେ ନଜର ଆସିବେ

ମୁମ୍ବାଇ: ନୂଆ ‘ସୁପରମ୍ୟାନ’ ହେବେ ଡେଭିଡ୍ କାରେନସ୍ୱେଟ୍ । ଏବେ ସେ ସୁପରମ୍ୟାନ ହେନରୀ କାଭିଲଙ୍କ ସ୍ଥାନରେ ନଜର ଆସିବେ । ଫିଲ୍ମ ସୁପରମ୍ୟାନ୍‌-ଲିଗେସିରେ ହଲିଉଡ୍ ଅଭିନେତା ଡେଭିଡ୍ କାରେନସ୍ୱେଟ୍‌ଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏହା ପୂର୍ବରୁ ହେନରୀ କାଭିଲଙ୍କୁ ସୁପରମ୍ୟାନ୍ ଭୂମିକାରେ ଦେଖୁଥିଲେ ଦର୍ଶକ ।  ସେ ଏହି ଚରିତ୍ରରେ ଅଭିନୟ କରିବାକୁ ମନା କରିବା ସରେ ଏଥିପାଇଁ ଅଭିନେତାଙ୍କ ସନ୍ଧାନ ଆରମ୍ଭ ହୋଇଥିଲା ।

‘ସୁପରମ୍ୟାନ୍ : ଲିଗେସି’ ୨୦୨୫ ଜୁଲାଇ ୧୧ରେ ମୁକ୍ତିଲାଭ କରିବ । ଆସନ୍ତା ବର୍ଷ ଫିଲ୍ମର ସୁଟିଂ ଆରମ୍ଭ ହେବ ।  ଏଥିରେ ମୁଖ୍ୟ ଭୂମିକା ପାଇଁ  ୬ ଜଣ କଳାକାର ଅଡ଼ିସନ ଦେଇଥିଲେ । ସେମାନଙ୍କ ମଧ୍ୟରେ କାରେନସ୍ୱେଟ୍ ମନୋନୀତ ହୋଇଛନ୍ତି । ଡେଭିଡ୍  କ୍ଷୁଦ୍ର ଚଳଚ୍ଚିତ୍ର ଜରିଆରେ ନିଜର କ୍ୟାରିୟର ଆରମ୍ଭ କରିବା ସହ ଅନେକ ଟିଭି ଶୋ’ରେ ଅଭିନୟ କରିଥିଲେ ।   ଗତ ବର୍ଷ ମୁକ୍ତିଲାଭ କରିଥିବା ଫିଲ୍ମ ବ୍ଲାକ୍ ଏଡମ୍ ରେ ସୁପରମ୍ୟାନ୍ ଚରିତ୍ରରେ ଅଭିନୟ କରିଥିଲେ ହେନରୀ କାଭିଲ । ଏହାର ସିକ୍ୱେଲରେ ଅଭିନୟ କରିଥାନ୍ତେ । ହେଲେ ପରବର୍ତ୍ତୀ ସମୟରେ ମନା କରିଦେଇଛନ୍ତି । ଫିଲ୍ମ ମ୍ୟାନ୍ ଅଫ୍ ଷ୍ଟିଲ୍‌ରେ କାଭିଲ୍ ପ୍ରଥମେ ସୁପରମ୍ୟାନ୍ ହୋଇଥିଲେ । କାଭିଲ ‘ବ୍ୟାଟମ୍ୟାନ୍ ବନାମ ସୁପରମ୍ୟାନ୍ – ଡନ୍ ଅଫ୍ ଜଷ୍ଟିସ୍ ଆଣ୍ଡ ଜଷ୍ଟିସ୍‌’ ଲିଗରେ ଅଭିନୟ କରିଥିଲେ ।

Comments are closed.