ନ୍ୟୁୟର୍କ: ପ୍ରତ୍ୟେକ ଲୋକଙ୍କର ସଉକ୍ ଭିନ୍ନ ଭିନ୍ନ । ଅଧିକାଂଶ ଲୋକ ନିଜ ସଉକ ପୂରଣ କରିବାକୁ ସବୁ କିଛି କରିବାକୁ ପ୍ରସ୍ତୁତ । ଚୀନ୍ର ଜଣେ ଯୁବତୀ ନିଜକୁ ବାର୍ବି ଡ଼ଲ ପରି ଚେହେରା କରିବାକୁ ଯାଇ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଅସ୍ତ୍ରୋପଚାର କରିଛନ୍ତି, ଯାହାର ପରିଣତି ଏବେ ସେ ଭୋଗୁଛନ୍ତି । ଏଥିଲାଗି ସେ ଏକ କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରିଛନ୍ତି ।
ଚୀନର ମୂଳବାସିନ୍ଦା ଏହି ଯୁବତୀ ଜଣକ ଏବେ ଆମେରିକାରେ ରହୁଛନ୍ତି । ସ୍ଥାନୀୟ ଅଞ୍ଚଳରେ ସେ ଏସିଆନ ବାର୍ବି ଡ଼ଲ ଭାବେ ଜଣାଶୁଣା । ସେ ପିଲାଦିନରୁ ବାର୍ବି ଡ଼ଲକୁ ଖୁବ୍ ଭଲ ପାଉଥିଲେ । ବୟସ ବଢିବା ସହ ବାର୍ବି ଡ଼ଲ ପ୍ରତି ଭଲ ପାଇବା ଏମିତି ବଢିଗଲା ଯେ, ନିଜକୁ ବାର୍ବି ଡ଼ଲ ପରି ଚେହେରା କରିବାକୁ ସେ ସ୍ୱପ୍ନ ଦେଖିବା ଆରମ୍ଭ କଲେ । ତାପରେ ଅସ୍ତ୍ରୋପଚାର ଜରିଆରେ ନିଜକୁ ବାର୍ବି ଡ଼ଲ କରିବାକୁ ନିଷ୍ପତ୍ତି ନେଲେ । ୨୦୧୮ ମସିହାରେ ପ୍ରଥମେ ସେ ନିତମ୍ବକୁ ଅପରେସନ କଲେ, ଯାହା ଦ୍ୱାରା ସେ ବାର୍ବି ଡ଼ଲ ପରି ଦେଖାଯିବେ । ପରେ ୪ଟି ଅତ୍ୟନ୍ତ ଯନ୍ତ୍ରଣାଦାୟକ ଅସ୍ତ୍ରୋପଚାର କରିଲେ । ଏଥିଲାଗି ମୋଟ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପାଣି ପରି ଖର୍ଚ୍ଚ କରିଲେ ।
କିନ୍ତୁ ଦୁଃଖର ବିଷୟ, ସେ ବାର୍ବି ଡ଼ଲ ସିନା ପାଲଟିଗଲେ , ହେଲେ ଅସ୍ତ୍ରୋପଚାର ହେତୁ ତାଙ୍କ ଅବସ୍ଥା ବିଗିଡ଼ି ଗଲା । ଏବେ ଆଉ ସେ ଠିକ୍ ଭାବେ ବସି ଉଠି ପାରୁ ନାହାନ୍ତି । ତଥାପି ତାଙ୍କ ସ୍ୱପ୍ନକୁ ହାତଛଡ଼ା କରିବାକୁ ଚାହାଁନ୍ତି ନାହିଁ ।
Comments are closed.