Latest Odisha News

BREAKING NEWS

ଭୀମ ଆର୍ମୀ ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ହୋଇଥିବା ଗୁଳିମାଡ଼ ଘଟଣାରେ ୪ ଗିରଫ

ଲକ୍ଷ୍ନୌ: ଗତ ସପ୍ତାହରେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ର ଶେଖର ଆଜାଦଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଉତ୍ତରପ୍ରଦେଶ ପୁଲିସ ଚାରି ଜଣଙ୍କୁ ଗିରଫ କରିଛି। ଏହି ଚାରି ଅଭିଯୁକ୍ତଙ୍କୁ ହରିୟାଣାର ଶାହାଜାଦପୁରରେ ଗିରଫ କରାଯାଇଥିବା ସୂଚନା ମିଳିଛି।

ଗିରଫ ହୋଇଥିବା ଚାରି ଅଭିଯୁକ୍ତଙ୍କ ମଧ୍ୟରୁ ତିନିଜଣ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି। ସେମାନେ ହେଲେ ପ୍ରଶାନ୍ତ, ବିକାଶ ଏବଂ ଲାଭିଶ। ଚତୁର୍ଥ ଅଭିଯୁକ୍ତ ବିକାଶ ଗୋଣ୍ଡର ନିସିଙ୍ଗ, ହରିୟାଣାର ବୋଲି ପୁଲିସ ସୂଚନା ଦେଇଛି। ତେବେ ପୁଲିସ ଗିରଫ ସମୟରେ ଅଭିଯୁକ୍ତଙ୍କ ନିକଟରୁ କ କୌଣସି ମାରଣାସ୍ତ୍ର ଜବତ କରିପାରି ନାହିଁ।

ଜୁନ୍ ୨୮ ଆକ୍ରମଣକାରୀମାନେ ଭୀମ ଆର୍ମୀ ମୁଖ୍ୟ ଚନ୍ଦ୍ର ଶେଖର ଆଜାଦଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଆଜାଦ ତାଙ୍କ କାର୍‌ରେ ବସିଥିବା ବେଳେ ଦେଓବନ୍ଦ ଜିଲ୍ଲାରେ ସାହାରନପୁରରେ ତାଙ୍କୁ ଅଜ୍ଞାତ ଆକ୍ରମଣକାରୀ ଗୁଳିମାରିଥିଲେ। ଗୁଳି ପଛପଟୁ ଆଜାଦଙ୍କ ପେଟରେ ବାଜିଥିଲା। ଏଥିରେ ଆଜାଦ ସାମାନ୍ୟ ଆହତ ହୋଇଥିଲେ।

ସେପଟେ ଏହି ଆକ୍ରମଣ ପରେ ସୋସିଆଲ ମିଡିଆରେ ଚନ୍ଦ୍ର ଶେଖର ଆଜାଦଙ୍କ ବିରୋଧରେ ଧମକପୂର୍ଣ୍ଣ ପୋଷ୍ଟ କରିବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ଆମେଠି ଏସ୍‌ପି ଇଲାମାରନ୍ ଜିଙ୍କ ସୂଚନା ଅନୁସାରେ, ‘କ୍ଷେତ୍ରିୟ ଅଫ୍ ଅମେଠି’ ଫେସବୁକ ପେଜ୍‌ରେ ଆଜାଦଙ୍କ ହତ୍ୟା ଧମକ ଦିଆଯାଇଥିଲା। ଏହାପରେ ପୁଲିସ ଗୁରୁବାର ଭାରତୀୟ ଦଣ୍ଡ ସଂହିତା ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଅଧିନିୟମର ଧାରା ୫୦୬ରେ ମାମଲା ରୁଜୁ କରିଥିଲା।  ଏହି ପୋଷ୍ଟ ପାଇଁ ଗୁରୁବାର ଦିନ ବିମଲେଶ ସିଂ (30) ନାମକ ଜଣଙ୍କୁ ଗିରଫ କରାଯାଇଥିଲା।

ତେବେ ପୋଲିସର ସୂଚନାନୁସାରେ, ଆଜାଦ ଉପରେ ହୋଇଥିବା ଆକ୍ରମଣରେ ବିମଲେଶର କୌଣଶି ସମ୍ପୃକ୍ତି ଥିବା ଜଣାପଡ଼ି ନାହିଁ।  କିନ୍ତୁ ଆଇନ ଶୃଙ୍ଖଳା କାଏମ ରଖିବାକୁ ପୁଲିସ କଡ଼ା ପଦକ୍ଷେପ ନେଇଛି।

 

Comments are closed.