Latest Odisha News

BREAKING NEWS

ଫିଲ୍ମରୁ ବର୍ଷେ ବିରତି ନେବେ ସାମନ୍ଥା

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୂ ଫିଲ୍ମରୁ ବର୍ଷେ ବିରତି ନେବେ ବୋଲି ନିଷ୍ପତି ନେଇଛନ୍ତି । ଶକୁନ୍ତଳମ ପରେ ସେ ଆକ୍ସନ ପ୍ୟାକେଡ ସ୍ପାଇ ସିିରିଜ ସିଟାଡେଲ ନେଇ ଚର୍ଚ୍ଚାରେ ରହିଛନ୍ତି । ପ୍ରଫେଶନାଲ ଜୀବନରେ ଅତ୍ୟଧିକ ବ୍ୟସ୍ତ ରହିବା ଯୋଗୁ ସେ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇପାରୁ ନାହାନ୍ତି । ସ୍ୱାସ୍ଥ୍ୟ ସମସ୍ୟା ସୁଧାରିବା ପାଇଁ ସେ ବର୍ଷେ ଘରେ ରହିବା ପାଇଁ ଚିନ୍ତା କରିଛନ୍ତି । ସାମନ୍ଥା ଫିଲ୍ମ ସାଇନ କରିବା ମଧ୍ୟ କମେଇ ଦେଇଛନ୍ତି । ସାଇନ କରିଥିବା ସମସ୍ତ ଫିଲ୍ମର ଶୁଟିଂ ପରେ ସେ ବିଶ୍ରାମ ନେବେ ।

ସିଟାଡେଲ ଏବଂ ବିଜୟ ଦେବରକୋଣ୍ଡାଙ୍କ ସହ କୁଶୀ ଫିଲ୍ମର ଶୁଟିଂ ଶେଷ ପର୍ଯ୍ୟାୟରେ ପଂହଚିଛି । ଏହା ପରେ ତାଙ୍କ ଉପରେ କୌଣସି ୱାର୍କଲୋଡ ରହିବ ନାହିଁ । ସୂଚନାଯୋଗ୍ୟ, ୨୦୨୨ରେ ସାମନ୍ଥା ମାୟୋସାଇଟିସ ନାମକ ଏକ ଅଟୋଇମ୍ୟୁନ ରୋଗରେ ଆକ୍ରାନ୍ତ ଥିବା ଜଣା ପଡିଥିଲା । ସେ ଏ ସମ୍ପର୍କରେ ପ୍ରଶଂସକଙ୍କୁ ସୂଚନା ମଧ୍ୟ ଦେଇଥିଲେ ।

Comments are closed.