Latest Odisha News

BREAKING NEWS

ଲାଞ୍ଚ ନେଉଥିଲେ ଆରଆଇ; ମାଡି ବସିଲା ଭିଜିଲାନ୍ସ

ଭୁବନେଶ୍ୱର: ଲାଞ୍ଚ ନେବାବେଳେ ଧରାପଡିଲେ ରାଜସ୍ୱ ନିରୀକ୍ଷକ । ୨୫ ହଜାର ଟଙ୍କା ପାଇଁ ଏବେ  ଭିଜିଲାନ୍ସ ଜାଲରେ ପଡିଛନ୍ତି ସରକାରୀ ବାବୁ । ଲାଞ୍ଚ ନେବାବେଳେ  ମାଲକାନଗିରି ତହସିଲ ସିନ୍ଦ୍ରୀମାଳ ଆରଆଇ ସୀମାଞ୍ଚଳ ସାହୁଙ୍କୁ ଧରିଛି ଭିଜିଲାନ୍ସ। ତାଙ୍କଠାରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ କରିଛି ।

ମାଲକାନଗିରି ଏୟାରଷ୍ଟ୍ରିପ ନିର୍ମାଣ ବେଳେ ଜମି ହରାଇଥିଲେ  ସନ୍ଧ୍ୟାରାଣୀ ମଣ୍ଡଳ ନାମକ ଜଣେ ମହିଳା । ତାଙ୍କୁ ୭ ଲକ୍ଷ ୪୪ ହଜାର କ୍ଷତିପୂରଣ ମିଳିବାର ଥିଲା ।  ହେଲେ କ୍ଷତିପୂରଣ ବାବଦ ଟଙ୍କା ଦେବା ପାଇଁ  ୩୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଆରଆଇ ।  ସନ୍ଧ୍ୟାରାଣୀ ପୂର୍ବରୁ ୧୦ ହଜାର ଟଙ୍କା ଦେଇଥିଲେ । ହେଲେ ଆଉ ୨୫ ହଜାର ନ ଦେଲେ ଟଙ୍କା ମିଳିବ ନାହିଁ ବୋଲି କହିଥିଲା ଆରଆଇ । ଏ ନେଇ ସଂନ୍ଧ୍ୟାରାଣୀ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ।

ଆଜି  ପୁଣି ୨୫ ହଜାର ଟଙ୍କା ଲାଞ୍ଚ ନେଇ ଯାଇଥିଲେ ସନ୍ଧ୍ୟାରାଣୀ । ହେଲେ ଏହି ଟଙ୍କାରେ କେମିକାଲ ଲାଗିଥିଲ । ଆରଆଇ ଟଙ୍କା ଧରିବା କ୍ଷଣି ମାଡି ବସିଥିଲା ଭିଜିଲାନ୍ସ ଟିମ୍ ।  ଏ ନେଇ ସୂଚନା ଦେଇଛନ୍ତି ମାଲକାନଗିରି ଭିଜିଲାନ୍ସ  ଊଝଚ ସୁଶାନ୍ତ କୁମାର ବିଶ୍ଵାଳ ।

ଧରାପଡିବା ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କର ୨ଟି ସ୍ଥାନରେ ଯାଞ୍ଚ ଚାଲିଛି ।

 

Comments are closed.