Latest Odisha News

BREAKING NEWS

ମାଆ ହେଲେ ଅଭିନେତ୍ରୀ ସନା ଖାନ୍

ମୁମ୍ବାଇ: ମାଆ ହେଲେ ବଲିଉଡ଼ ଅଭିନେତ୍ରୀ ସନା ଖାନ୍ । ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ସନା ନିଜେ ସୋସିଆଲ ମିଡ଼ିଆରେ ଏହି ଖୁସି ଖବର ସେୟାର କରିଛନ୍ତି । ଏନେଇ ଉଭୟଙ୍କ ପରିବାର ମଧ୍ୟରେ ଖୁସି ଦେଖାଦେଇଛି । ଏହି ଖବର ପାଇବା ପରେ ତାଙ୍କର ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସନା ଏକ ଭିଡିଓ ସେୟାର କରି ଏହାର କ୍ୟାପସନରେ ଲେଖିଛନ୍ତି, ‘ଆଲ୍ଲା ପ୍ରଥମେ ଏହାକୁ ଭାଗ୍ୟରେ ଲେଖିଲେ ଏବଂ ପରେ ଏହାକୁ ପୂରଣ କଲେ ଏବଂ ସହଜ କରିଥିଲେ । ଯେତେବେଳେ ଆଲ୍ଲା କିଛି ଦିଅନ୍ତି, ସେତେବେଳେ ସେ ଆନନ୍ଦ ଏବଂ ଖୁସି ସହିତ ଦିଅନ୍ତି । ତେଣୁ ଆଲ୍ଲା ଆମକୁ ଏକ ପୁତ୍ର ଦେଇଛନ୍ତି ।’ ଘରର ନୂଆ ଅତିଥିକୁ ସେ ଭିନ୍ନ ଢଙ୍ଗରେ ସ୍ୱାଗତ କରିବେ । ସେଥିଲାଗି ପ୍ରସ୍ତୁତି ଚଳାଇଛନ୍ତି ।

୨୦୨୦ ମସିହାରୁ ସନା ଅଭିନୟରୁ ଦୁରେଇ ରହିଛନ୍ତି । ସେ ନିଜ ଧର୍ମ ପାଇଁ ଏପରି ପଦକ୍ଷେପ ନେଇଥିଲେ । ପରେ ବ୍ୟବସାୟୀ ମେଲବୀ ଅନସ ସୟଦଙ୍କୁ ବିବାହ କରିଥିଲେ ସନା ।

Comments are closed.