Latest Odisha News

‘ଓଡିଶାରେ ସରକାର ଗଠନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ବିଜେପି’

ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି (ବିଜେପି) ଓଡ଼ିଶାରେ ସରକାର ଗଠନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ବୋଲି ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ଦିନ କହିଛନ୍ତି। ଗୌହାଟୀରୁ ଫେରି ୧୨ଟି ପୂର୍ବ ଓ ଉତ୍ତର-ପୂର୍ବ ରାଜ୍ୟର ବିଜେପି ନେତାଙ୍କ ବୈଠକରେ ଯୋଗ ଦେଇଥିବା ମନମୋହନ ସାମଲ କହିଛନ୍ତି ଯେ, ଆଗାମୀ ନିର୍ବାଚନରେ ଓଡ଼ିଶାର ସମସ୍ତ ୧୪୭ଟି ବିଧାନସଭା ଓ ୨୧ଟି ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଦେବ। ଲୋକସଭା ଓ ବିଧାନସଭା ଆସନ ଜିତିବା ପାଇଁ ବିଜେପି କୌଣସି ସୁଯୋଗ ହାତଛଡ଼ା କରିବ ନାହିଁ ବୋଲି ସେ କହିଛନ୍ତି।

ବିଜେପିର ବ୍ଲୁ ପ୍ରିଣ୍ଟରେ ଗ୍ରାମାଞ୍ଚଳ, ଯୁବକ, ମହିଳା ଓ ଗରିବଙ୍କୁ ଗୁରୁତ୍ୱ ଦିଆଯାଇଛି ବୋଲି ରାଜ୍ୟ ବିଜେପି ସଭାପତି କହିଛନ୍ତି। ଏଥିସହିତ ଶାସକ ବିଜୁ ଜନତା ଦଳର ଦୁର୍ନୀତି ଓ କୁଶାସନକୁ ମଧ୍ୟ ଦଳ ଲୋକଲୋଚନକୁ ଆଣିବ ବୋଲି ସେ କହିଛନ୍ତି।

ବିଜେପିର ଏହି ରଣନୀତିକୁ ନେଇ ଉଭୟ ବିଜେଡି ଓ କଂଗ୍ରେସ ପକ୍ଷରୁ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ବିଜେପି ୧୨୦ ଆସନର ନାରା ଦେଉଥିଲା । ଏବେ ୮୦କୁ ଖସିଲେଣି । ଆଗକୁ ୪୦ ହେବ କି ୨୦ ହେବ ସମୟ କହିବ ।

ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ଓଡ଼ିଶାର ବାସ୍ତବତା ହେଉଛି ନବୀନ ପଟ୍ଟନାୟକଙ୍କ ଉପରେ ଓଡ଼ିଆ ଲୋକଙ୍କ ଭରସା ରହିଛି ।

Comments are closed.