ମୁମ୍ବାଇ: ରାମାୟଣ କାହାଣୀକୁ ନେଇ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ରିଲିଜ୍ ହେଉ ହେଉ ଦେଖାଦେଇଥିଲା ବିବାଦ । ଫିଲ୍ମର କାହାଣୀ ଓ ସଂଳାପକୁ ନେଇ ବିବାଦ ମୁଣ୍ଡ ଟେକିଥିଲା । ଫିଲ୍ମର ବହୁ ସିନ୍ ହଲିଉଡ଼ରୁ କପି ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଫିଲ୍ମର ସଂଳାପ ଜନସାଧାରଣଙ୍କ ଭାବାବେଗକୁ ଆଘାତ ଦେଇଥିବାରୁ ଏହାର ଲେଖକ ମନୋଜ ମୁନ୍ତଶିର ହାତଯୋଡ଼ି ଜନସାଧାରଣଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ।
ମନୋଜ ଟୁଇଟ୍ କରି ଲେଖିଛନ୍ତି ଯେ, ଆଦିପୁରୁଷ ଯୋଗୁଁ ଲୋକଙ୍କ ଭାବାବେଗ ଆଘାତ ପାଇଥିବା ମୁଁ ସ୍ୱୀକାର କରୁଛି । ମୁଁ ସମସ୍ତଙ୍କୁ ହାତଯୋଡ଼ି କ୍ଷମା ପ୍ରାର୍ଥନା କରୁଛି । ଭଗବାନ ବଜରଙ୍ଗବାଲି ଆମ ସମସ୍ତଙ୍କ ପ୍ରତି କୃପା କରନ୍ତୁ ବୋଲି କହିଛନ୍ତି ।
ଗତ ଜୁନ୍ ୧୬ ତାରିଖରେ ଏହି ଫିଲ୍ମ ରିଲିଜ୍ ହୋଇଥିଲା । ରିଲଜ୍ ପରଠାରୁ ନିମ୍ନ ଧରଣର ସଂଳାପକୁ ନେଇ ଜନ ଅସନ୍ତୋଷ ଓ ତୀବ୍ର ସମାଲୋଚନା ହୋଇଥିଲା । ଏଥିରେ ହନୁମାନ ଚରିତ୍ର ପାଇଁ ଉଦ୍ଦିଷ୍ଟ ସଂଳାପଗୁଡ଼ିକ ବହୁତ କଦର୍ଯ୍ୟ ହୋଇଥିଲା । ସଂଳାପ ଲେଖିଥିବା ମନୋଜ ସଂଳାପଗୁଡ଼ିକ ଯଥାର୍ଥ ବୋଲି ପୂର୍ବରୁ ଯୁକ୍ତ୍ି କରିଥିଲେ । ଏଥିସହିତ ବଜରଙ୍ଗବାଲି ହନୁମାନ ଭଗବାନ ନୁହନ୍ତି ବୋଲି କହିଥିଲେ । ହେଲେ ଏବେ ନିଜ ଭୁଲ ବୁଝିପାରି କ୍ଷମା ପ୍ରାର୍ଥନା କରିଛନ୍ତି ।
Comments are closed.