ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବର୍ଷା ୪୧ ବର୍ଷର ରେକର୍ଡ ଭାଙ୍ଗିଲା । ଯୁଆଡେ ଦେଖିବା ପାଣି । ରାସ୍ତାଘାଟ, ଅଣ୍ଡରପାସ ସବୁଆଡ ଜଳାର୍ଣ୍ଣବ । ଲୋକେ ଘରୁ ବାହାରି ପାରୁନାହାନ୍ତି । ପରିସ୍ଥିତିର ମୁକାବିଲା କରିବା ପାଇଁ କେଜରିବାଲ ସରକାର ପୁରା ମ୍ୟାନ ପାୱାର ସହ ଆଗେଇ ଆସିଛନ୍ତି । ଦିଲ୍ଲୀ ସରକାର ସବୁ ବିଭଗର ଅଫିସରମାନଙ୍କ ରବିବାର ଛୁଟିକୁ ବାତିଲ କରାଯାଇଛି । ଏହି ଅଧିକାରୀମାନଙ୍କୁ ଫିଲ୍ଡରେ ରହି ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ରବିବାର ସକାଳ ୮ଟା ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ୧୫୩ ମିଲି ମିଟର ବର୍ଷା ହୋଇ ଯାଇଛି । ୧୯୮୨ ପରେ ପ୍ରଥମ ଥର ପାଇଁ ଜାତୀୟ ରାଜଧାନୀରେ ଏତେ ପରିମାଣ ବର୍ଷା ହୋଇଛି । ପରିସ୍ଥିତିକୁ ଦେଖି କେଜରିୱାଲ ସରକାର ପୁରା ଆକ୍ସନ ମୋଡରେ । ତୁରନ୍ତି ଜଳବନ୍ଦୀ ଲୋକଙ୍କୁ ଉଦ୍ଧାର କରି ଉଚ୍ଚଜାଗାକୁ ଆଣିବା, ରାସ୍ତାଘାଟ ସଫା କରି ଯାନବାହନ ଯାତାୟାତ ସୁଗମ କରିବା ପାଇଁ ଅଫିସରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମେୟର ଏବଂ ମନ୍ତ୍ରୀଙ୍କୁ ମଧ୍ୟ କାର୍ଯ୍ୟର ତଦାରଖ କରିବା ପାଇଁ କୁହାଯାଇଛି ।
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି, ଶନିବାର ଦିଲ୍ଲୀରେ ୧୨୬ ମିମି ବର୍ଷା ହୋଇଯାଇଛି । ମୌସୁମୀରେ ଯେତେ ବର୍ଷା ହେବାକଥା ତାହାର ୧୫ ପ୍ରତିଶତ ୧୨ ଘଣ୍ଟାରେ ହୋଇଯାଇଛି ।
Comments are closed.