ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଦୀପିକା କକ୍କର ଗତ ଜୁନ ୨୧ ତାରିଖରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଏହାକୁ ନେଇ ଦୀପିକା ଓ ତାଙ୍କ ସ୍ୱାମୀ ସୋଏବ ଖୁସି ହେବା ସହ ଉଭୟଙ୍କ ପରିବାରରେ ଆନନ୍ଦ ଦେଖାଦେଇଥିଲା । କିନ୍ତୁ ତାଙ୍କର ପ୍ରିମେଚୋର ଡେଲିଭରୀ ହୋଇଥିବାରୁ ତାଙ୍କ ପୁଅଙ୍କ ଅବସ୍ଥା ଗୁରୁତର ରହିଥିଲା । ଫଳରେ ସେ ଏନ୍ଆଇସିୟୁରେ ଚିକିତ୍ସାଧୀନ ଥିଲା । ଖୁସିର କଥା ଏବେ ସେ ଏନଆଇସିୟୁରୁ ବାହାରି ଆସିଛି । ନବଜାତ ଏବେ ଡାକ୍ତରଙ୍କ ନୀରିକ୍ଷଣରେ ରହିଛି । କିଛିଦିନ ଡାକ୍ତରଙ୍କ ନୀରିକ୍ଷଣରେ ରହିବା ପରେ ଯାଇ ନବଜାତକୁ ହସ୍ପିଟାଲରୁ ଛୁଟି ମିଳିବ ।
ଦୀପିକାଙ୍କ ସ୍ୱାମୀ ସୋଏବ କହିଛନ୍ତି, ପୁଅ ଡାକ୍ତରଙ୍କ ନୀରିକ୍ଷଣରେ ଥିବାରୁ ଆମେ ହସ୍ପିଟାଲରୁ କିଛି ଦୂରରେ ଏକ ଘର ଭଡ଼ାରେ ନେଇଛୁ । ଏହାଦ୍ୱାରା ଦୀପିକା ଓ ମୁଁ ପୁଅକୁ ସହଜରେ ଦେଖିପାରିବୁ । ଯେପର୍ଯ୍ୟନ୍ତ ପୁଅକୁ ହସ୍ପିଟାଲରୁ ଛୁଟି ମିଳିନାହିଁ ଦୀପିକା ଓ ମୁଁ ଏହି ଭଡ଼ା ଘରେ ହିଁ ରହିବୁ । ଘରକୁ ଆମ ପୁଅ ସହିତ ହିଁ ପ୍ରବେଶ କରିବୁ ବୋଲି କହିଛନ୍ତି ।
ମୋର ଘର ଲୋକ ଓ ଦୀପିକାଙ୍କ ପରିବାର ଲୋକେ ପୁଅକୁ ଦେଖିବାକୁ ବ୍ୟାକୁଳ ଅଛନ୍ତି । ପୁଅର ସ୍ୱାସ୍ଥ୍ୟବସ୍ଥା ଧୀରେ ଧୀରେ ଭଲ ହେଉଛି । ଏହି ନୂଆ ଅତିଥି କେବେ ଆମ ଘରକୁ ଯିବ ସମୟକୁ ଅପେକ୍ଷା କରିଛୁ । ଭଗବାନଙ୍କୁ ଡ଼ାକୁଛୁ ସେ ଶୀଘ୍ର ଭଲ ହୋଇ ଘରକୁ ଫେରି ଆସୁ ।
Comments are closed.