Latest Odisha News

BREAKING NEWS

ଦୁନିଆର ସବୁଠାରୁ ଯନ୍ତ୍ରଣାଦାୟକ ଉଦ୍ଭିଦ : ଏହାକୁ ଛୁଇଁଲେ ବିଦ୍ୟୁତ୍‌ ଆଘାତ ପରି ଲାଗେ

ବ୍ରିଟେନ: ଦୁନିଆରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି । ପ୍ରତ୍ୟେକ ଉଦ୍ଭିଦର ଭିନ୍ନ ଭିନ୍ନ ବିଶେଷତା ରହିଥାଏ । ତଥାପି, ଦୁନିଆର ପ୍ରାୟ ପ୍ରତ୍ୟେକ ଉଦ୍ଭିଦ କେବଳ ଅମ୍ଳଜାନ ଯୋଗାଇଥାଏ । ମଣିଷମାନେ ଗୋଟିଏ ବା ଅନ୍ୟ ଉପାୟରେ ପ୍ରତ୍ୟେକ ଗଛରୁ ଲାଭବାନ ହୁଅନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଉଦ୍ଭିଦ ବିଷୟରେ କହିବାକୁ ଯାଉଛୁ, ଯେଉଁଠାରୁ ମଣିଷ ଯେତେ ଦୂରରେ ରହିବେ ସେତେ ଭଲ । ଯଦି କେହି ଏହାର ସଂସ୍ପର୍ଷରେ ଆସନ୍ତି ତେବେ ଏହା ବିଦ୍ୟୁତ ଆଘାତ ଲାଗିଲା ପରି ଲାଗେ । ଆଉ ଯନ୍ତ୍ରଣା ଏମିତି ହୁଏ ଯେ, ଉକ୍ତ ବ୍ୟକ୍ତି ଆତ୍ମହତ୍ୟା କରିବାକୁ ବାଧ୍ୟ ହୁଅନ୍ତି ।

ନିକଟରେ ଦୁନିଆର ସବୁଠାରୁ ବିପଜ୍ଜନକ ଉଦ୍ଭିଦ ବ୍ରିଟେନରେ ଦେଖିବାକୁ ମିଳିଛି । ଯଦି ଏହା ଜଣେ ବ୍ୟକ୍ତିର ଶରୀରକୁ ସ୍ପର୍ଶ କରେ, ତେବେ ଏହା ଏତେ କଷ୍ଟ ଦିଏ ଯେ ଜଣେ ବ୍ୟକ୍ତି ନିଜ ଜୀବନ ହାରିବାକୁ ପ୍ରସ୍ତୁତ ହୋଇଯାଏ । ଏହି ଉଦ୍ଭିଦ ନର୍ଥମ୍ବର୍ଲ୍ୟାଣ୍ଡର ଆଲାନୱିଚ୍ ଗାର୍ଡେନ୍ସରେ ଚାଷ କରାଯାଇଛି । ଏହା ଡିସପ୍ଲେରେ ସ୍ପଷ୍ଟ ଭାବରେ ଲେଖା ହୋଇଛି ଯେ, ଏହି ଉଦ୍ଭିଦକୁ କେହି ସ୍ପର୍ଶ କର ନାହିଁ । ନଚେତ୍ ଏହା ଆପଣଙ୍କୁ ମୃତ୍ୟୁମୁଖରେ ପକାଇପାରେ । ଏଭଳିି ଉଦ୍ଭିଦ ପ୍ରାୟତଃ ଅଷ୍ଟ୍ରେଲିଆ ଓ ଇଣ୍ଡୋନେସିଆରେ ଦେଖିବାକୁ ମିଳିଥାଏ ।

ବିଷ ଗାର୍ଡେନର ଟୁର୍ ଗାଇଡ୍ ଜନ୍ ନକ୍ସ କହିଛନ୍ତି ଯେ, ଏହା ଅତ୍ୟନ୍ତ ବିପଜ୍ଜନକ ଅଟେ । ଯଦି ଏହାକୁ କେହି ସ୍ପର୍ଶ କରନ୍ତି, ତେବେ ତାଙ୍କୁ ୨୦ରୁ ୩୦ ମିନିଟ୍ ପର୍ଯ୍ୟନ୍ତ ଅତ୍ୟଧିକ ଯନ୍ତ୍ରଣା ଭୋଗିବାକୁ ପଡିବ । ଯନ୍ତ୍ରଣାର ସ୍ତର ଏପରି ଯେ ଜଣେ ବ୍ୟକ୍ତି ଏହାକୁ ବହନ କରିବା ଅପେକ୍ଷା ମରିବାକୁ ପସନ୍ଦ କରିବ । ଏହି ଉଦ୍ଭିଦକୁ ଛୁଇଁ ଅନେକ ପଶୁଙ୍କ ମୃତ୍ୟୁ ହୋଇଥିବା ନଜିର ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଉଦ୍ଭିଦ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଶରୀରରେ ଘା ’ହେବା ସହ ଶରୀର ଫୁଲିଯିବା ଏବଂ ରାତିରେ ଶୋଇପାରୁ ନ ଥିବା କହିଛନ୍ତି । ଏହି ଉଦ୍ୟାନରେ ଶହେରୁ ଅଧିକ ବିପଜ୍ଜନକ ଏବଂ ବିଷାକ୍ତ ଉଦ୍ଭିଦ ଅଛି । ଲୋକମାନେ ସେଗୁଡ଼ିକୁ ଦେଖିବାକୁ ଏଠାକୁ ଆସିଥାନ୍ତି ।

Comments are closed.