ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତଲା ଅଧିକାଂଶ ସମୟ ନିଜର ପ୍ରଫେସନ ବା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ସବୁଠାରୁ ମହଙ୍ଗା ଅଭିନେତ୍ରୀ ଭାବେ ବେଶ୍ ପରିଚିତ । ଏବେ ସେ ଫିଲ୍ମର ଆଇଟମ୍ ଡ଼୍ୟାନ୍ସ ପାଇଁ ଅଧିକ ଚାର୍ଜ କରୁଛନ୍ତି । ସେ ଅନେକ ଶୋ’ରେ ବିଚାରକ ଭାବେ ନଜର ଆସିଥାନ୍ତିି । ଫିଲ୍ମଟି ଫ୍ଲପ୍ ହେଉ କିମ୍ବା ହିଟ୍ ସେ ତାଙ୍କ ଡ୍ୟାନ୍ସ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିଥାନ୍ତି ।
ଗତ ଜାନୁୟାରୀରେ ରିଲିଜ୍ ହୋଇଥିବା ଅଭିନେତା ଚିରଞ୍ଜୀବୀଙ୍କ ଅଭିନୀତ ‘ଭଲଟେୟାର ବିରାୟା’ରେ ଉର୍ବଶୀ ଆଇଟମ୍ ଗୀତ ପାଇଁ ୨ କୋଟି ଟଙ୍କା ପାରିଶ୍ରମିକ ନେଇଥିଲେ । ଏବେ ସେ ତାଙ୍କ ଆଗାମୀ ଫିଲ୍ମ ପାଇଁ ଗୋଟେ ମିନିଟ୍କୁ ଗୋଟେ କୋଟି ଟଙ୍କା ଚାର୍ଜ କରୁଛନ୍ତି ।
ଏବେ ପୁଣି ଉର୍ବଶୀ ସାଉଥ୍ ଫିଲ୍ମ ‘ଦ ୱାରିଅର’ରେ ନିଜର ଝଲକ ଦେଖାଇବେ । ସେ ଶ୍ରୀନୁ-ରାମା ପୋଥିନେନିଙ୍କ ଆଗାମୀ ଫିଲ୍ମରେ ଆଉ ଏକ ଆଇଟମ ଡ୍ୟାନ୍ସରେ ନଜର ଆସିବେ । ନିର୍ମାତା ଫିଲ୍ମର ପ୍ରଥମ ଲୁକ ଏବଂ ରିଲିଜ ତାରିଖ ରିଲିଜ ଘୋଷଣା କରିସାରିଛନ୍ତି । ଏହି ଫିଲ୍ମଟି ଅକ୍ଟୋବର ୨୦ ରେ ରିଲିଜ ହେବାର କାର୍ଯ୍ୟକ୍ରମ ରହିଛି ।
Comments are closed.