ନୂଆଦିଲ୍ଲୀ:ଗାଜିଆବାଦରେ ବଡ ଧରଣର ଦୁର୍ଘଟଣା । ସ୍କୁଲ ବସ୍ ସହ କାର ମୁହାଁମୁହିଁ ଧକ୍କା । ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଜଣେ ୮ ବର୍ଷ ଶିଶୁ ଓ ଜଣେ ବ୍ୟକ୍ତି ଗୁରୁତର ହୋଇଛି । ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଦିଲ୍ଲୀ ଓ ମେରଠ ଏକ୍ସପ୍ରେସର କ୍ରସିଙ୍ଗ ଥାନା ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା । ସ୍କୁଲ ବସଟି ଦ୍ରୁତ ଗତିରେ ଯାଉଥିବାରୁ ନିୟନ୍ତ୍ରଣ ହରାଇ କାରକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇ ଯାଇଥିଲା । ଏମିତି ଭୟଙ୍କର ଥିଲା ଯେ, କାର ଭରୁ ମୃତଦେହ ଗୁଡିକୁ କାଢିବା କଷ୍ଟକର ଥିଲା । କଟରରେ କାଟିବା ପରେ କାର ଭିତରୁ ମୃତଦେହକୁ ଉଦ୍ଧାର କରାଯାଇଥିଲା । ତେବେ ସୌଭାଗ୍ୟବଶତଃ ସ୍କୁଲ ବସରେ ପିଲା ନ ଥିଲେ । ବସଟି ପିଲାଙ୍କୁ ଛାଡି ଫେରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ।
ଅନ୍ୟପକ୍ଷେ ଗୋଟିଏ ପରିବାରର କିଛି ଲୋକ ମେରଠରୁ ଦିଲ୍ଲୀ ଫେରୁଥିଲା । ବସଟି ଭୁଲ ଦିଗରୁ ଆସି ତାଙ୍କ କାରକୁ ସାମ୍ନାପଟୁ ଧକ୍କା ଦେଇଥିଲା । ଫଳରେ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।
VIDEO | Five people were killed after a SUV collided with a bus on Delhi-Meerut Expressway in Ghaziabad. More details are awaited.
(Warning: Disturbing visuals)
(Source: Third Party) pic.twitter.com/USXK2kej3f— Press Trust of India (@PTI_News) July 11, 2023
<pt>
Oh My god when will we change & learn to obey rules and regulations.
Wrong side driving by this Bus driver on Delhi-Meerut Expressway cost 6 lives precious
Head on collision 😥
Bus drivers must be charged with Murder and sd be example for others😡#BusAccident #Delhi #accident pic.twitter.com/P6Yl7zqsTS— Sunaina Bhola (@sunaina_bhola) July 11, 2023
Comments are closed.